ବ୍ରହ୍ମପୁର: ଗଞ୍ଜାମ ଜିଲାର ସ୍ବତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ଘୋଡ଼ାହାଡ଼ ଜଳଭଣ୍ଡାରସ୍ଥିତ ଇକୋ ଟୁରିଷ୍ଟ ସ୍ପଟ୍ରେ ଶନିବାର ଠାରୁ ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟଟକଙ୍କୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍ଓ) ଅମ୍ଲାନ ନାୟକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏଠାରେ ପର୍ଯ୍ୟଟକଙ୍କ ପାଇଁ ରହଣୀ ପାଇଁ ଏକ ୱାଚ୍ ଟାୱାର୍ ନିର୍ମାଣ କରାଯାଇଛି, ଯେଉଁଁଥିରେ ୪ଟି ସୁଟ୍ ରହିଛି। ପର୍ଯ୍ୟଟକଙ୍କ ପାଇଁ ଖାଦ୍ୟ, ବୋଟିଂ ସହ ଶିଶୁମାନଙ୍କ ପାଇଁ ଉଦ୍ୟାନ ମଧ୍ୟ ରହିଛି। ମିଶନ୍ ଶକ୍ତି ଜରିଆରେ ସ୍ଥାନୀୟ ଦୁଇଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି। ଗୋଷ୍ଠୀର ମହିଳାମାନେ ସ୍ବତନ୍ତ୍ର ଭାବେ ତାଲିମ୍ ଗ୍ରହଣ କରିଛନ୍ତି। ଆଉ କିଛି ଦିନ ପରେ ପର୍ଯ୍ୟଟନ ଋତୁ ଆରମ୍ଭ ହେବାକୁ ଯାଉଥିବା ଯୋଗୁ ଏହି ଇକୋ ଟୁରିଷ୍ଟ ସ୍ପଟ୍କୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧି ପାଇବ ବୋଲି ବନ ବିଭାଗ ତରଫରୁ ଆଶା ପ୍ରକାଶ କରାଯାଇଛି।
ଡିଏସ୍ଫ ନାୟକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୭ ତାରିଖରେ ଏହି ଇକୋ ଟୁରିଷ୍ଟ ସ୍ପଟ୍ ଉଦ୍ଘାଟିତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟଟକଙ୍କ ରହଣୀ ପାଇଁ ସୁଟ୍ଗୁଡ଼ିକର ବୁକିଂ ଆରମ୍ଭ ହୋଇଛି। ମାତ୍ର ତିନି ଦିନ ପୂର୍ବରୁ ବୁକିଂ ଆରମ୍ଭ ହୋଇଥିଲା। ୧୧ଜଣ ପର୍ଯ୍ୟଟକ ରାତ୍ରୀ ରହଣୀ ପାଇଁ ବୁକଂି କରିସାରିଲେଣି। ଏଠାରେ ନିର୍ମିତ ହୋଇଥିବା ଉଦ୍ୟାନକୁ ବୁଲିବା ପାଇଁ ୭ହଜାର ୯ଶହ ପର୍ଯ୍ୟଟକ ଆସିଛନ୍ତି। କେବଳ ମଙ୍ଗଳବାର ହିଁ ଇକୋ ଟୁରିଷ୍ଟ ସ୍ପଟ୍ ବନ୍ଦ ରହୁଛି। ପର୍ଯ୍ୟଟକଙ୍କ ପାଇଁ ଅନେକ ସୁବିଧା ରହିଥିବା ସେ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଯେ, ୪୫ ଲକ୍ଷ ୬୦ ହଜାର ଟଙ୍କାରେ ପର୍ଯ୍ୟଟକଙ୍କ ରାତ୍ରୀ ରହଣୀ ପାଇଁ ୱାଚ ଟାୱାର୍ ନିର୍ମାଣ କରାଯାଇଛି। ଉଦ୍ଘାଟନ ହେବା ପରେ କେବଳ ଗଞ୍ଜାମ ଜିଲା ନୁହଁ, ଜିଲା ବାହାରୁ ମଧ୍ୟ ପର୍ଯ୍ୟଟଙ୍କ ଆଗମନ ବଢ଼ିବାରେ ଲାଗିଛି। ପରିବାର ସହିତ ଆସି ବୁଲିବା ସହ ଫଟୋ ଉଠାଇବାର ମଜା ନେଉଛନ୍ତି। ଘୋଡ଼ାହାଡ଼ ଜଳ ଭଣ୍ଡାରକୁ କୁମ୍ଭିରଙ୍କ ସଂରକ୍ଷଣ କ୍ଷେତ୍ର ଭାବେ ବ୍ୟବହାର କରାଯାଉଛି। ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।ଯାହା ଏହି ଜଳ ଭଣ୍ଡାରର ଶୋଭାକୁ ବୃଦ୍ଧି କରିଥାଏ।ତେଣୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହା ଏକ ଉତ୍କୃଷ୍ଟ କ୍ଷେତ୍ର ପାଲଟିଛି।
BREAKING NEWS
- ତାତିରୁ ମିଳିପାରେ ଆଶ୍ବସ୍ତି: ୩ ରୁ ୫ ଡିଗ୍ରୀ କମି ପାରେ ଦିନ ତାପମାତ୍ରା
- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଜୟ ନାରାୟଣ ପଟ୍ଟନାୟକ ହେଲେ କଂଗ୍ରେସର ପୁରୀ ସାଂସଦ ପ୍ରାର୍ଥୀ
- ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ ପୂର୍ବତନ ବିଶ୍ଵ ହିନ୍ଦୁ ପରିଷଦ ସଭାପତିଙ୍କ ସହ ବିଭିନ୍ନ ଦଳର ବହୁ ନେତା
- ସାଧାରଣ ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟରେ ଘରୁ ମତଦାନ କରିବେ ୪୧୫୮ ମତଦାତା
- ନାକଚ ହୋଇଯିବ କି ଲାଲୁ ଯାଦବ ଝିଅଙ୍କ ପ୍ରାର୍ଥୀପତ୍ର ?
- ୪୪ ଡିଗ୍ରୀ ସହ ବୌଦ୍ଧ ଓ ନୂଆପଡ଼ା ରାଜ୍ୟର ଉତ୍ତପ୍ତ ସହର, ଉପକୂଳରୁ ହଟିଲା ଗ୍ରୀଷ୍ମପ୍ରବାହ ସ୍ଥିତି
- ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଫୁଙ୍କିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସଂଗ୍ରାମ ମହାପାତ୍ର
- ଗୁଣୁପୁରରୁ ନବୀନ ସରକାର ଉପରେ ବର୍ଷିଲେ ସାଂସଦ ବିପ୍ଳବ କୁମାର ଦେଓ
- କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ: ଏଚଡି ରେଭନ୍ନାଙ୍କୁ ଗିରଫ କଲା ଏସିଆଇଟି