ସିଡନୀ: ଆସନ୍ତାକାଲି ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ । ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା ପ୍ରେସ ମିଟରେ ଦଳର ପ୍ରସ୍ତୁତି ନେଇ ମତ ରଖିଛନ୍ତି । ସେ କହିଛନ୍ତି ବିଶ୍ବକପ ଖେଳିବା ଗୈାରବର କଥା । ଦେଶ ପାଇଁ ଖେଳିବା ବେଳେ ବହୁତ ଉତ୍ସାହିତ ମନେହୁଏ ।
It wasn't a match day but hundreds of Indian fans turned up to watch #TeamIndia nets today at the MCG. 🇮🇳🥁👏#T20WorldCup pic.twitter.com/z3ZiICSHL8
— BCCI (@BCCI) October 22, 2022
ଆମେ ଏଥର ପ୍ରସ୍ତୁତି ପାଇଁ ଶୀଘ୍ର ଅଷ୍ଟ୍ରେଲିଆ ଆସିଛୁ । ବେଳେ ବେଳେ ଆମ ପାଖରେ ସମୟ କମ ଥାଏ ବଡ଼ ମ୍ୟାଚ ପୂର୍ବରୁ ପ୍ରସ୍ତୁତି କରିବାକୁ । ଏଥର ଅଧିକା ସମୟ ଆମେ ପାଇଛୁ ଅଭ୍ୟାସ କରିବା ପାଇଁ । ନୂଆ ସ୍ଥାନ, ନୂଆ ପାଣିପାଗ ସହ ଖାପଖୁଆଇବା ପାଇଁ କିଛି ସମୟ ଦରକାର ହୋଇଥାଏ ।
🗣️ 🗣️ Representing India is a huge honour; leading the side in the #T20WorldCup is an icing on the cake for me: #TeamIndia captain @ImRo45 pic.twitter.com/i44BTdZCSy
— BCCI (@BCCI) October 22, 2022
ରୋହିତ କହିଛନ୍ତି ପୂର୍ବରୁ ମଧ୍ୟ ସେ ପାକିସ୍ତାନ ସହ ଖେଳିଛନ୍ତି । 2007ରେ ଫାଇନାଲରେ ସେ ଖେଳିଥିଲେ । ଚାମ୍ପିୟନସ ଟ୍ରଫିରେ ମଧ୍ୟ ଖେଳିଛନ୍ତି । ଖେଳରେ ହାର ଜିତ ରହିଛି । ତେଣୁ ଆସନ୍ତା କାଲି ମ୍ୟାଚ କୁ ସେ ଅପେକ୍ଷା କରିଛନ୍ତି । ଅଧିନାୟକ ଭାବେ ଏହା ତାଙ୍କର ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଯାହା ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି କହିଛନ୍ତି ରୋହିତ ଶର୍ମା । ବିଶ୍ବକପରେ ଦଳର ନେତୃତ୍ବ ନେଉଥିବାରୁ ବହୁତ ଖୁସି ଓ ଉତ୍ସାହିତ ରହିଥିବା ସେ କହିଛନ୍ତି।
💬 💬 This was a conscious effort. #TeamIndia captain @ImRo45 highlights why the team landed in Australia early for the #T20WorldCup. pic.twitter.com/U4Kk24ZDEA
— BCCI (@BCCI) October 22, 2022
ଭାରତୀୟ ଖେଳାଳି ବିଶ୍ୱକପ୍କୁ ନେଇ ବହୁ ଉତ୍ସାହିତ ରହିଛନ୍ତି । ବିଦେଶୀ ମାଟିରେ ସମସ୍ତେ ଜୋରଦାର ପ୍ରସ୍ତୁତି କରିଛନ୍ତି । କାଲି ସମସ୍ତେ ଭଲ ଖେଳିବେ ବୋଲି କହିଛନ୍ତି ରୋହିତ ଶର୍ମା ।
ରୋହିତ ଆହୁରି କହିଛନ୍ତି ଯେ ବିଶ୍ୱକପ୍ ଏକ ବଡ଼ ଇଭେଣ୍ଟ । ସେଥିପାଇଁ ଆମେ ନିୟମିତ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଛୁ । ଆମେ ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା ସହ ଖେଳି ଦୁଇଟି ଘରୋଇ ସିରିଜ ଜିତି ଆସିଛୁ । ତେଣୁ ପରିବେଶ ସହ ଖାପ ଖୁଆଇବା ପାଇଁ ଆମେ କିଛି ଦିନ ପୂର୍ବରୁ ଆସି ଏଠାରେ ଅଭ୍ୟାସ ଜାରି ରଖିଛୁ ।
Snapshots from #TeamIndia's training session at the MCG ahead of #INDvPAK tomorrow 📸📸 pic.twitter.com/yR17Sku8Se
— BCCI (@BCCI) October 22, 2022
ରୋହିତ କହିଛନ୍ତି ପାକିସ୍ତାନ ବିପକ୍ଷ ମ୍ୟାଚ ସଦାବେଳେ ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଏହି ମ୍ୟାଚରେ ଦର୍ଶକଙ୍କ ଚାପ ରହିଥାଏ । ତେବେ ଆମେ ବିନା ଚାପରେ ଖେଳିବା ପାଇଁ ଚେଷ୍ଟା କରିବୁ । ନିଶ୍ଚିତ ଭାବେ ପାକିସ୍ତାନ ବିପକ୍ଷ ମ୍ୟାଚ ଏକ ବଡ଼ ମୁକାବିଲା । ସେଥିପାଇଁ ଆମେ ପ୍ରସ୍ତୁତ । ଆମର ମୁଖ୍ୟ ଉଦ୍ଦେଶ୍ୟ ବିଶ୍ୱକପ୍ ଜିତିବା । ସେଥିପାଇଁ ପ୍ରତି ମ୍ୟାଚ୍ ଉପରେ ଆମେ ଭଲ ଖେଳିବା ପାଇଁ ଧ୍ୟାନ ରଖିଛୁ ।
Just 1⃣ sleep away!
We are geared up for Game 1, are you❓#TeamIndia | #T20WorldCup pic.twitter.com/rMO1sa13Jj
— BCCI (@BCCI) October 22, 2022
Comments are closed.