Latest Odisha News

BREAKING NEWS

ରାଜଧାନୀରେ ବରିଷ୍ଠ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ଜଣେ ବରିଷ୍ଠ ନାଗରିକ ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କୁ କେତେକ ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି ।

ଏହି ଆକ୍ରମଣରେ ପାରାଦ୍ୱୀପ ଡ଼କ୍ ଓ କନଷ୍ଟ୍ରକସନ ସଂସ୍ଥାର ଶ୍ରମିକ ସଂଗଠନ ନେତା ଯତିକାନ୍ତ ବେହେରା ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, କଳାରାହାଙ୍ଗସ୍ଥିତ ଯତିକାନ୍ତ ବେହେରାଙ୍କ ଘରେ ପଶି ପ୍ରାୟ ୮ଜଣ ଦୁର୍ବୃତ୍ତ ତାଙ୍କୁ ଜୀବନରୁ ମାରିଦେବା ଲାଗି ମରଣାନ୍ତକ ଆକ୍ରମଣ କରିଥିଲେ । ଯେତେବେଳେ ପରିବାରର ଅନ୍ୟ ସଦସ୍ୟମାନେ ଏହାକୁ ପ୍ରତିରୋଧ କରୁଥିବା ବେଳେ ସେମାନଙ୍କୁ ଦଉଡ଼ିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।

“ରାତି ୩ଟା ବେଳେ ୮ଜଣ ଦୁର୍ବୃତ୍ତ ଆମ ଘରେ ବଳପୂର୍ବକ ପ୍ରବେଶ କରି ମୋ ବାପାଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ ବେଡ଼ସିଟରେ ତାଙ୍କୁ ବାନ୍ଧି ପକାଇ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲେ । ଚିତ୍କାର ଶୁଣି ମୁଁ ତଳକୁ ଆସିଲି । ସେମାନେ ମୋତେ ମଧ୍ୟ ଆକ୍ରମଣ କଲେ । ଏହାମଧ୍ୟରେ ସେମାନେ ସେଠାରୁ ଖସି ଚାଲିଗଲେ । ସେମାନଙ୍କର ଆକ୍ରମଣ କରିବାର ଉଦ୍ଦେଶ୍ୟ ଆମେ ଜାଣିନୁ । ଏହି ଘଟଣାର ତଦନ୍ତ ପୋଲିସ କରୁଛି,” ଏହା କହିଛନ୍ତି ଯୟକାନ୍ତଙ୍କ ପୁଅ ଶୁଭାଶିଷ ବେହେରା ।

Leave A Reply

Your email address will not be published.