ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆଜି ନୋଟିସ ଜାରୀ କରିଛନ୍ତି ନିର୍ବାଚନ କମିଶନ । ଏହି ନୋଟିସରେ ଅଖିଳେଶ ପୂର୍ବରୁ କରିଥିବା ଅଭିଯୋଗର ପ୍ରମାଣ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟମ୍ବର ୨୯ରେ ଅଖିଳେଶ ଅଭିଯୋଗ ଆଣିଥିଲେ ଯେ, ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ୨୦ ହଜାର ଯାଦବ ଏବଂ ମୁସଲମାନ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି । ଏହା ବ୍ୟତୀତ କେତେକଙ୍କ ନାମ ଗୋଟିଏ ବୁଥରୁ ଅନ୍ୟକୁ ସ୍ଥାନାନ୍ତର କରାଯାଇଛି । ଏଥିନେଇ ସେ ସିଧାସଳଖ ବିଜେପିକୁ ମଧ୍ୟ ଦାୟୀ କରିଥିଲେ ।
ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ନିର୍ବାଚନ କମିଶନର ପ୍ରମାଣ ଯୋଗାଇଲେ ତଦନ୍ତ କରାଯିବ ବୋଲି ଅଖିଳେଶଙ୍କୁ କହିଛନ୍ତି । ୟୁପି ନିର୍ବାଚନରେ ଏସପି ଶୋଚନୀୟ ଭାବେ ବିଜେପି ନିକଟରୁ ପରାଜିତ ହୋଇଥିଲା । ମେଶିନ ଏବଂ କ୍ଷମତା ବଳରେ ଜନସାଧାରଣ ବାଛିଥିବା ସରକାରକୁ ବିଜେପି ହାଇଜ୍ୟାକ କରିଛି ବୋଲି ସେ କହିଥିଲେ ।
Comments are closed.