Latest Odisha News

BREAKING NEWS

ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ଭଡ଼ାଘରେ ଚଳାଇଥିଲେ ଦେହ ବ୍ୟବସାୟ

ପୁରୀ: ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ । ମାଡ଼ି ବସିଲା ପୋଲିସ । ପୁରୀ ସହରର ପାଇକସାହି ସ୍ଥିତ ଏକ ଭଡ଼ା ଘରୁ ପୋଲିସ ସେକ୍ସ ରାକେଟ ଠାବ କରିଛି । ଅସଞ୍ଜତ ଅବସ୍ଥାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୫ ଜଣ ପୁରୁଷଙ୍କ ସହ ଜଣେ ମହିଳା ଅଛନ୍ତି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ୪ଟି ବାଇକ୍, ୫ଟି ଫୋନ୍ ସହ ୫୦୦୦ ଟଙ୍କା ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି ।

ସୂଚନା ଅନୁସାରେ ଜଣେ ମହିଳା ଓ ଜଣେ ଯୁବକ ନିଜକୁ ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ପାଇକସାହିରେ ଏକ ଘରକୁ ଭଡ଼ା ନେଇଥିଲେ । ଆଉ ଭଡ଼ା ଘରେ ଚଳାଇଥିଲେ ଦେହ ବ୍ୟବସାୟ । କିଛିଦିନ ଧରି ବାହାରୁ ଯୁବତୀଙ୍କୁ ଆଣି ଦେହ କାରବାର ଚଳାଇଥିଲେ ।

ଏନେଇ ମାତୃଶକ୍ତିର କିଛି ଭଲୁଣ୍ଟର ବାସେଳିସାହି ପୋଲିସକୁ ଖବର ଦେବା ପରେ ରେଡ୍ ହୋଇଥିଲା । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.