ବ୍ରହ୍ମପୁର: ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଂଚଳରେ ଆଗକୁ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡେଲଙ୍କ ଆଗମନ ପ୍ରକ୍ରୀୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି କଇଁଛଙ୍କ ସୁରକ୍ଷା ପାଇଁ ମଙ୍ଗଳବାର ଠାରୁ ସାମୁଦ୍ରିକ ପାଟ୍ରୋଲିଂ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ(ଡିଏଫ୍ଓ)ଅମ୍ଲାନ କୁମାର ନାୟକ ପୁରୁଣାବନ୍ଧ ଗ୍ରାମ ନିକଟ ମାଁ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୁଲ୍ୟା ନଦୀ କୁଳରୁ ପାଟ୍ରୋଲିଂକୁ ଆରମ୍ଭ କରିଥିଲେ। ବୋଟ ସାହାଯ୍ୟରେ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ ଆରମ୍ଭ ହୋଇଛି।
ବଙ୍ଗୋପସାଗରର ୨୦କିଲୋମିଟର ମଧ୍ୟରେ ଯନ୍ତ୍ର ଚାଳିତ ଡ଼ଙ୍ଗାରେ ମାଛ ମାରିବା ଉପରେ କଟକଣା ଲଗାଯାଇଛି। ବନ ବିଭାଗ ପକ୍ଷରୁ ଏହି କଟକଣା ପ୍ରାୟ ସାତ ମାସ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ଏବଂ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ, ଋଷିକୁଲ୍ୟା ମୁହାଁଣକୁ ନଭେମ୍ବର ପହିଲାରୁ ଜାନୁଆରୀ ଭିତରେ ଅଲିଭ ରିଡଲେ କଇଁଛମାନେ ମିଳନ ପାଇଁ ଆସିଥାନ୍ତି। ପରବର୍ତୀ ସମୟରେ ପାଗର ଅନୁକୂଳ ଅବସ୍ଥା ଓ ଦକ୍ଷିଣା ପବନ ହେଲେ ଗଣ ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଅଣ୍ଡା ଦାନର ୪୫ ଦିନ ପରେ ସେଥିର ଛୁଆ ବାହାରିଥାନ୍ତି।
BREAKING NEWS
- ରେକର୍ଡ ଭାଙ୍ଗୁଛି ବର୍ଡର ୨; ଆଡଭାନ୍ସ ବୁକିଂରେ କଲା ଏତିକି ଆୟ…
- india post: ପୋଷ୍ଟ ଅଫିସ୍ ଏଫଡି ଯୋଜନାରେ ₹୧ ଲକ୍ଷ ଜମା କଲେ ମିଳିବ ଏତିକି ରିଟର୍ଣ୍ଣ
- Gold Rate: ଦେଢ଼ ଲକ୍ଷ ପାର୍ କଲା ସୁନା ଦର…ଜାଣନ୍ତୁ ଗତ ବଜେଟ୍ ପରଠାରୁ କେତେ ମହଙ୍ଗା ହୋଇଛି ହଳଦିଆ ଧାତୁ?
- ଖଣ୍ଡଗିରି ମେଳାକୁ ନେଇ ବିଏମସିର ଗାଇଡଲାଇନ ଜାରି…
- ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍: ମନ୍ତ୍ରୀ
- Rule Change For Lok Sabha MPs: ଏଣିକି ସଂସଦରେ ବିଳମ୍ବରେ ପହଞ୍ଚିବା ପଡ଼ିବ ମହଙ୍ଗା, ସିଧା କଟିବ ଦରମା…
- ଏସୟୁଭି ଧକ୍କାରେ ଜଣେ ମୃତ, ୨ ଗୁରୁତର
- Williams said ‘My Husband Will Kill Me’: ‘ମୋ ସ୍ୱାମୀ ମୋତେ ମାରିଦେବେ…’, କାହିଁକି ଏମିତି କହିଲେ ଭାରତର ଝିଅ ସୁନୀତା ୱିଲିୟମ୍ସ?
- ୧୦୦ କୁକୁରଙ୍କୁ ହତ୍ୟା କରି ସରପଞ୍ଚ ସମେତ ୩ଗିରଫ
- Flight Services: ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ
Comments are closed.