ବ୍ରହ୍ମପୁର: ୧୬ ନମ୍ବର ଜାତୀୟ ରାଜପଥ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଓଭର ବ୍ରିଜ୍ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପାତ୍ରପୁର ବ୍ଲକ ସୁରଙ୍ଗି ପଞ୍ଚାୟତ ତିତି ଗାଁର ରଞ୍ଜନ ପ୍ରଧାନ
ସ୍ତ୍ରୀ ରିଙ୍କି ପ୍ରଧାନ ଗର୍ଭବତୀ ଥିଲେ। ଏଣୁ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଉଭୟ ଏକ ବାଇକ୍ରେ ବ୍ରହ୍ମପୁର ଆସୁଥିଲେ। ହଳଦିଆପଦର ଓଭର ବ୍ରିଜ୍ ପାଖରେ ଏକ ଗାଡ଼ି ଧକ୍କା ଦେବା ଯୋଗୁ ରଞ୍ଜନ ନିଜ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଉଭୟ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ ରିଙ୍କିଙ୍କ ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖିବାକୁ ମିଳିଛି। ଅନେକ ଦିନ ହେଲା ହଳଦିଆପଦର ଓଭର ବ୍ରିଜ୍ କାମ ଚାଲିଛି। ବର୍ତ୍ତମାନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି ଓଭରବ୍ରିଜ୍କୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଲୋକମାନେ ଆପ୍ରୋଚ୍ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ତୁରନ୍ତ ଓଭର ବ୍ରିଜ୍କୁ କାର୍ଯ୍ୟକ୍ଷମ ପାଇଁ ଦାବି ନେଇ ରାସ୍ତା ଅବରୋଧ କରାଯାଇଥିଲା। ଘଟଣାସ୍ଥଳରେ ଗୋଳନ୍ଥରା ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା। ସୋମବାର ଠାରୁ ଓଭର ବ୍ରିଜ୍ ଉପରେ ଗାଡ଼ି ଚଳାଚଳ କରିବ େବାଲି ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ରୋକ ହଟିଥିଲା। ଅନ୍ୟପଟେ ରିଙ୍କିକୁ ଶବକୁ ପୋଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲକୁ ପଠାଇଛି।
BREAKING NEWS
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
Comments are closed.