ବ୍ରହ୍ମପୁର:ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ନିବାସୀ ତଥା ସହରର ପ୍ରଥମ ମହିଳା ରୋଷେୟା ୟୁ.ଦମୟନ୍ତୀଙ୍କ ଗୁରୁବାର ସକାଳେ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରମେଶ ଓ ଦୁର୍ଗା, ଝିଅ ସୌଭାଗ୍ୟ ଏବଂ ରଜନୀଙ୍କ ସମେତ ୧୬ଜଣ ନାତିନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ବର୍ଗ ଚକ୍ଷୁଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏମକେସିଜିର ଚକ୍ଷୁ ବିଭାଗର ଡା.ଶୁଭଶ୍ରୀ ପୃଷ୍ଟି ଏବଂ ଡା.ପିୟୁଷ ଜେନ୍ କର୍ଣ୍ଣିଆ ସଂଗ୍ରହ କରିଥିଲେ। ଚଳିତ ବର୍ଷର ଏହା ୧୫ତମ ଚକ୍ଷୁଦାନ। ଫ୍ରେଣ୍ଡସ ହେଲପିଂ କ୍ଲବର କେ.ପି.କେ.ସୁବୁଦ୍ଧି, ଭି.ଭେଙ୍କଟରାମଣା ରାଜୁ, ପି.ଶ୍ରୀନିବାସ ରାଓ, ଜାମୁଲା ସୁରେଶ, ଇ.ଲକ୍ଷ୍ମୀକାନ୍ତ, ଏସ୍.ଦୁର୍ଗା ପ୍ରସାଦଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ମୃତା ଦମୟନ୍ତୀ ରୋଷେଇ ଭାବେ ବ୍ରହ୍ମପୁର ସହରରେ ପ୍ରସିଦ୍ଧ ଲାଭ କରିଥିଲେ। ସହରର ପ୍ରଥମ ମହିଳା ରୋଷେଇ ଭାବେ ସେ ବେଶ୍ ପରିଚିତ ଥିଲେ। ପ୍ରାୟ ୬୦ ବର୍ଷ ହେଲା ସେ ବିଭିନ୍ନ ଭୋଜିଭାତ ଏବଂ ସାର୍ବଜନୀନ କାର୍ଯ୍ୟକ୍ରମଗୁଡ଼ିକରେ ରୋଷେଇ କରୁଥିଲେ। କେବଳ ବ୍ରହ୍ମପୁର ସହର କିମ୍ବା ଗଞ୍ଜାମ ଜିଲା ନୁହଁ, ବରଂ ରାଜ୍ୟ ବାହାରେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଥିଲା। ତାଙ୍କ ହାତ ରନ୍ଧା ଖାଦ୍ୟ ଅନେକଙ୍କୁ ତାଙ୍କର ପ୍ରଶଂସକ ସଜାଇଥିଲା। ୧୯୯୦ ମସିହାରେ ଆସିକା ବନ୍ୟା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଣି ଘେରରେ ରହିଥିବା ଲୋକମାନେ ଖାଇବାକୁ ପାଇନଥିଲେ। ଏହି ସମୟରେ ବନ୍ୟା ପୀଡ଼ିତଙ୍କ ମାଗଣାରେ ଖାଦ୍ୟ ବଣ୍ଟନ କରିଥିଲେ ଦମୟନ୍ତୀ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ତା’ ପରବର୍ତ୍ତି ସମୟରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାଗଣାରେ ଖାଦ୍ୟ ବଣ୍ଟନ କରୁଥିଲେ। ତାଙ୍କ ଠାରୁ ପ୍ରାୟ ଏକ ହଜାରରୁ ଅଧିକ ରୋଷେଇ ତାଲିମ୍ ଗ୍ରହଣ କରିଛନ୍ତି। ବୟସାଧିକ ଯୋଗୁ ଗତ କିଛି ବର୍ଷ ହେଲା ସେ ରୋଷେଇ ଠାରୁ ଦୂୂରରେ ରହିଥିଲେ। କିନ୍ତୁ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବ୍ୟବସାୟକୁ ଆଗକୁ ନେଇଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
BREAKING NEWS
- ପୁରୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୭୫ ଲୁଟେରା ଗିରଫ, ୩୦୪ ମୋବାଇଲ୍ ଜବତ
- ଓଡ୍ରାଫ୍ର ହେବ ନବୀକରଣ: ଏନଡିଆରଏଫ୍ ଢାଞ୍ଚାରେ ‘ଏସଡିଆରଏଫ୍’ ଗଠନ କରିବେ ରାଜ୍ୟ ସରକାର
- ସିନେମା ଜଗତ ପାଇଁ ଦୁଃଖଦ ଖବର: ଆଉ ନାହାନ୍ତି ‘ଗଜନୀ’ର ଭିଲେନ୍
- ବନ୍ୟା ମୁକାବିଲା ଓ କ୍ଷତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଫାଇଲ୍ ଗାଏବ ପ୍ରସଙ୍ଗ: ଦଳକୁ ବଦନାମୀରୁ ବଞ୍ଚାଇବା ପାଇଁ ବୟାନବାଜୀ କରୁଛନ୍ତି ବିଜେଡି ନେତା
- ଓଡ଼ିଶାରେ ଅନୁଷ୍ଠିତ ହେବ ‘ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସମ୍ମିଳନୀ’; ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ
- ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ
- ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ
- ୱାର୍ଲ୍ଡ ବ୍ୟାଡମିଣ୍ଟନ ଚାମ୍ପିଅନ୍ସିପ୍: ସିନ୍ଧୁଙ୍କୁ ୯ମ ଏବଂ ସାତ୍ତ୍ୱିକ୍-ଚିରାଗ ଯୋଡ଼ିଙ୍କୁ ମିଳିଲା ୫ମ ସୀଡିଂ
- ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ, ସରକାରଙ୍କ ଉପରେ ବର୍ଷିଲା ବିଜେଡି
Comments are closed.