Latest Odisha News

ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା, ୫.୩୨ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

କଟକ: ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ମାଟ୍ରିକ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ-୧ ପରୀକ୍ଷା ଚଳିତ ମାସ ୨୩ରୁ ଆରମ୍ଭ ହୋଇ ୩୦ ତାରିଖରେ ପର୍ଯ୍ୟନ୍ତ ଚାଲିବ। ମାଧ୍ୟମିକ ଶିକ୍ଷାପରିଷଦ ବୋର୍ଡ (ବିଏସ୍ଇ) ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ମାଟ୍ରିକ୍ ସମେଟିଭ୍ ମୂଲ୍ୟାଙ୍କନ -୧ ପରୀକ୍ଷା ପାଇଁ ୫.୩୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଏହି ବିଦ୍ୟାର୍ଥୀ ୩୦ଟି ଜିଲ୍ଲାର ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି।ଏହି ପରୀକ୍ଷା କେନ୍ଦ୍ର ସହିତ ୩୧୬ଟି ନୋଡାଲ କେନ୍ଦ୍ର ରହିଛି। ଯେଉଁଠି ପ୍ରଶ୍ନପତ୍ର ଏବଂ ଅନ୍ୟାନ୍ୟ ପରୀକ୍ଷା ସଂକ୍ରାନ୍ତୀୟ ଦସ୍ତାବିଜ ସୁରକ୍ଷିତ ଭାବେ ରଖାଯିବ। ଏହି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଶୁକ୍ରବାରଠାରୁ ବିଏସ୍ଇର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ସେହିପରି ମଧ୍ୟମା ଓ ଓପନ ସ୍କୁଲ ପାଇଁ ଆସନ୍ତା ୧୭ ତାରିଖ ଠାରୁ ବିଦ୍ୟାର୍ଥୀମାନଙ୍କୁ ଆଡମିଟ୍‌ କାର୍ଡ ମିଳିବ। ନଭେମ୍ବର ୧୧ ଠାରୁ ଭୋକେସନାଲ ପ୍ରାକ୍ଟିକାଲ ପରୀକ୍ଷା ହେବ। ୧୦୧୨ଟି ସ୍କୁଲରେ ଏହା ନଭେମ୍ବର ୧୮ ତାରିଖ ଯାଏଁ ଚାଲିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.