Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ବହୁତ ଭାବିଲା ଆସ୍ଥା …. ! ସମ୍ଭବଙ୍କୁ ପଚାରି ଦିଅନ୍ତା ତା’ ସହିତ ଏମିତି କାହିଁକି କଲେ !?କିନ୍ତୁ ଜିଭ ଅଗରେ ରହିବା କଥା କୁ କେମିତି କଣ୍ଠସ୍ଥ କରାଯାଏ ସେକଥା ବେଶ୍ ଭଲ ଭାବରେ ଜଣା ତାକୁ ! କହିବ କହିବ ହେଇ ଦିନେ, ଦୁଇ ଦିନ, ତିନି ଦିନ ଏମିତି ହେଇ ହେଇ ମାସେ, ଦୁଇ ମାସ ପରେ ଚୁପ ହୋଇଗଲା ।”ବନ ପଡିଗଲେ ସଭିଏଁ ଜାଣନ୍ତି ମନ ପଡିଗଲେ ଯାଉଛି କିଏ ।” ମନ କଥା ମନରେ ମାରି ମାରି ନିତି ଜିଉଁ ଥାଏ ସେ । ତାପରେ ପୁଣି ସମ୍ଭଙ୍କର ସେଇ ଭୁଲ ମାୟା ସହ କଥାବାର୍ତ୍ତା । ଏମିତି ବାରମ୍ବାର …..ବାରମ୍ବାର । ସହିବାର ସୀମା ପାର ହେଇଗଲା । ଆଉ ଚୁପ ରହିପାରିଲାନି ଆସ୍ଥା ।

ଛାତି ତଳର ନିଆଁ ଅନବରତ କୁହୁଳୁଥିଲା !ଧୂଆଁ ଉଠିବାର ଥିଲା ଉଠିଲା ! ଚପେଇ ରଖି ପାରିଲାନି ! ପ୍ରକାର ଅନ୍ତରରେ ସମ୍ଭବଙ୍କୁ କହିବାକୁ ଚେଷ୍ଟା କଲା ଆସ୍ଥା ।ରାଗ ଅଭିମାନ ରେ ନଖାଇ ରାତି ରାତି ପାଣି ପିଇ ଶୋଇଲା ! ଇଚ୍ଛା ହେଲେ କାମ କଲା ,ନଚେତ ଅନ୍ୟମନସ୍କ ହୋଇ ସେମିତି ବସିଲା । ସମ୍ଭବ ସହିତ କଥାବାର୍ତ୍ତା ପୁରା ବନ୍ଦ କରିଦେଲା ।ସମ୍ଭବ ଙ୍କ ଉପଦ୍ରବ ଆହୁରି ଆହୁରି ବଢିବାକୁ ଲାଗିଲା । ସବୁବେଳେ ଦୁହିଁଙ୍କ ଭିତରେ ମନାନ୍ତର,ମତାନ୍ତର, କଳି ଝଗଡ଼ା ବଢ଼ି ବଢ଼ି ଚାଲିଲା ! ଆସ୍ତେ ଆସ୍ତେ ପିଲାଙ୍କ ଉପରେ ବି ପ୍ରଭାବ ପଡିଲା ! ପିଲାମାନେ ବି ମୁହଁ ଶୁଖେଇ ବସିଲେ। ପଢ଼ା ପଢ଼ି ଉପରେ ମଧ୍ୟ ଖୁବ ଭଲ ଭାବରେ ପ୍ରଭାଵ ପଡ଼ିଲା ! ସମ୍ଭବ,” ଚୋରୀ ଉପର ସେ ସିନାଜୋରି ।” ନ୍ୟାୟ ରେ ରହିଲେ ! ଆସ୍ଥା ଚିନ୍ତା କଲା କିଛି ନା କିଛି ଉପାୟ କରିବାକୁ ପଡ଼ିବ । ତା ପାଇଁ କିଛି ନା କିଛି ରାସ୍ତା ଟିଏ ବାଛିବାର ଦୃଢ଼ ସଂକଳ୍ପ ନେବାକୁ ପଡିବ ସମସ୍ତେ ଘରୁ ଗଲା ପରେ। ସମସ୍ତେ ସିନା ଘରୁ ଯିବେ ,ହେଲେ ସୁରେଖା ତ ରକ୍ଷାକବଚ ହୋଇ ଆଖେ ପାଖେ …..।ତେଣୁ ତାକୁ(ସୁରେଖା)କୁ ଗ୍ର ସୋ ରୀ ଆଣିବା ବାହାନା ରେ ବାହାରକୁ ପଠେଇ ଦେଇ ଆସ୍ଥା।

Comments are closed.