ଭୁବନେଶ୍ୱର : ମହାକାଶରେ ଲୋହିତ ଚନ୍ଦ୍ର । ଦେଖୁ ଦେଖୁ ଲାଲ୍ ରଙ୍ଗ ଧାରଣ କରିଥିଲା ସୁନ୍ଦର ଶୀତଳ ଚନ୍ଦ୍ର । ପୁରୀ ସମେତ ରାଜ୍ୟର ସମସ୍ତ ସ୍ଥାନକୁ ମହାକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଆଂଶିକ ଗ୍ରହଣ ଦୃଶ୍ୟମାନ ହୋଇଛି । ଛାଇ ଆଲୁଆର ଖେଳକୁ କେତେକ ଦେଶର ଲୋକେ ପୂର୍ଣ୍ଣ ଭାବେ ଉପଭୋଗ କରିଛନ୍ତି । ଭାରତର କେତେକ ସ୍ଥାନରେ ଗ୍ରହଣର ସ୍ପର୍ଶ ଓ ଶେଷ ସମୟରେ ଦୃଶ୍ୟ ଦେଖାଯାଇନଥିଲେ ବି ପୂର୍ଣ୍ଣ ଗ୍ରାସର ଦୃଶ୍ୟକୁ ଉପଭୋଗ କରିହୋଇଛି । ଭାରତୀୟ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଅନୁସାରେ, ଅପରାହ୍ନ ୨ଟା୩୯ରେ ଗ୍ରହଣ ଆରମ୍ଭ ହୋଇଥିଲା । ୩ଟା ୪୬ରୁ ୫ଟା ୧୨ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହୋଇଥିଲା । ୬ଟା ୧୮ରେ ଗ୍ରହଣ ଶେଷ ହୋଇଥିଲା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳରେଖାରେ ରହିବାରୁ ଚନ୍ଦ୍ରଗ୍ରହଣ ହୋଇଥାଏ । ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ଥିଲା । ତିନି ବର୍ଷ ପରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ହେବ ।
BREAKING NEWS
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
- No Transit Fee On India In Hormuz Strait: ହରମୁଜ୍ ପ୍ରଣାଳୀରେ ନାହିଁ ଭାରତୀୟ ଜାହାଜ ଉପରେ କୌଣସି ଅତିରିକ୍ତ ଟିକସ…
- Fire Safety Mandatory for All Government Building: ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
- ଲଞ୍ଚ ହେଲା INS ଅରିଧମନ, ସମୁଦ୍ରରେ ଶତ୍ରୁଙ୍କୁ କରିବ ଧ୍ୱଂସ
- New Horror Thriller Film: ୧୨୦ ମିନିଟର ଏକ ହରର-ଥ୍ରୀଲର ଏହି ଫିଲ୍ମ, ଥରି ଉଠିବ ଛାତି…
- ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..
- LPG ଗୁଜବକୁ ନେଇ କେନ୍ଦ୍ର ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ, ତୁରନ୍ତ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ
- ଡିଜେଲର ମୂଲ୍ୟ ଲିଟର ପିଛା ୫୨୦.୩୫ ଟଙ୍କା ବୃଦ୍ଧି
- Russia Offers To India: ପ୍ରକୃତ ବନ୍ଧୁ କ’ଣ…ପୁଣି ପ୍ରମାଣ କଲେ ପୁଟିନ…
- Raghav Chadha’s Reaction: ଚର୍ଚ୍ଚା ବଢ଼ାଇଲା ରାଘବ ଚଡ୍ଡାଙ୍କ ନୂଆ ପୋଷ୍ଟ, କହିଲେ ଚାଞ୍ଚ୍ଚଲ୍ୟକର କଥା…
Comments are closed.