ଭୁବନେଶ୍ୱର : ମହାକାଶରେ ଲୋହିତ ଚନ୍ଦ୍ର । ଦେଖୁ ଦେଖୁ ଲାଲ୍ ରଙ୍ଗ ଧାରଣ କରିଥିଲା ସୁନ୍ଦର ଶୀତଳ ଚନ୍ଦ୍ର । ପୁରୀ ସମେତ ରାଜ୍ୟର ସମସ୍ତ ସ୍ଥାନକୁ ମହାକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଆଂଶିକ ଗ୍ରହଣ ଦୃଶ୍ୟମାନ ହୋଇଛି । ଛାଇ ଆଲୁଆର ଖେଳକୁ କେତେକ ଦେଶର ଲୋକେ ପୂର୍ଣ୍ଣ ଭାବେ ଉପଭୋଗ କରିଛନ୍ତି । ଭାରତର କେତେକ ସ୍ଥାନରେ ଗ୍ରହଣର ସ୍ପର୍ଶ ଓ ଶେଷ ସମୟରେ ଦୃଶ୍ୟ ଦେଖାଯାଇନଥିଲେ ବି ପୂର୍ଣ୍ଣ ଗ୍ରାସର ଦୃଶ୍ୟକୁ ଉପଭୋଗ କରିହୋଇଛି । ଭାରତୀୟ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଅନୁସାରେ, ଅପରାହ୍ନ ୨ଟା୩୯ରେ ଗ୍ରହଣ ଆରମ୍ଭ ହୋଇଥିଲା । ୩ଟା ୪୬ରୁ ୫ଟା ୧୨ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅନୁଷ୍ଠିତ ହୋଇଥିଲା । ୬ଟା ୧୮ରେ ଗ୍ରହଣ ଶେଷ ହୋଇଥିଲା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳରେଖାରେ ରହିବାରୁ ଚନ୍ଦ୍ରଗ୍ରହଣ ହୋଇଥାଏ । ଚଳିତବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ ଥିଲା । ତିନି ବର୍ଷ ପରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ହେବ ।
BREAKING NEWS
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
Comments are closed.