Latest Odisha News

ଖାଇବା ତେଲର ଶୁଦ୍ଧତା କେମିତି ପରଖିବେ, ଜାଣନ୍ତୁ ଏପରି

ଓଡିଶା ସମ୍ବାଦ ବ୍ୟୁରୋ: ଆଜିର ସମୟରେ, ବଜାରରେ ଏପରି କୌଣସି ଜିନିଷ ନାହିଁ ଯାହାର ମାନକୁ ନେଇ ପ୍ରଶ୍ନ ଉଠୁନଥିବ । ଖାସ କରି କଟକ, ବ୍ରହ୍ମପୁର ଆଦି ସ୍ଥାନରେ ନକଲି ତେଲ, ମସଲା କାରଖାନା ମିଳିବା ପରେ ଆମ ମାନଙ୍କ ମନରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ରୋଷେଇ ତେଲ ମଧ୍ୟ ବଜାରରେ ଜାଲ ବିକ୍ରି ହେଉଛି ।

ଖାଇବାରେ ନକଲି ସାମଗ୍ରୀ ମିଶିବା ଲୋକଙ୍କୁ ଅନେକ ରୋଗର ସମ୍ମୁଖୀନ ହେବାକୁ ସୁଯୋଗ ଦିଏ । କେବଳ ଯେ ଭଲ ପ୍ୟାକେଜିଂ ଚିକ୍କଣ ଦେଖାଯାଉଥିଲେ ସେହି ସାମଗ୍ରୀ ଭଲ ତାହା ଭାବିବା ଭୁଲ୍ । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ କହିବୁ ଆପଣ କିପରି ପ୍ରକୃତ ଏବଂ ନକଲି ତେଲ ଚିହ୍ନଟ କରିପାରିବେ ।

କିଛି ସୋରିଷ ତେଲ ନେଇ ଫ୍ରିଜରେ ୨ ରୁ ୩ ଘଂଟା ରଖନ୍ତୁ । ଯଦି ଆପଣ ଏକ ଧଳା ରଙ୍ଗର ପଦାର୍ଥ ଏହାର ପୃଷ୍ଠରେ ଭାସୁଥିବାର ଦେଖନ୍ତି ତେବେ ଏହି ତେଲ ନକଲି ।

ସୋରିଷ ତେଲର ଶୁଦ୍ଧତାର ପ୍ରକୃତ ଚିହ୍ନ ହେଉଛି ଏହାର ସୁଗନ୍ଧ । ପ୍ରକୃତ ସୋରିଷ ତେଲର ସୁଗନ୍ଧ ବହୁତ ଶକ୍ତିଶାଳୀ । ଯଦି ତେଲକୁ ଶୁଙ୍ଘିଲେ କିଛି ଅଲଗା ପ୍ରକାର ବାସ୍ନା ହେବ ତାହେଲେ ଏହାର ଶୁଦ୍ଧତା ଉପରେ ପ୍ରଶ୍ନ ଉଠିବା ଉଚିତ ।

ସୋରିଷ ତେଲର ଶୁଦ୍ଧତା ଚିହ୍ନିବା ପାଇଁ ରବିଙ୍ଗ ପରୀକ୍ଷା ହେଉଛି ଅନ୍ୟ ଏକ ଭଲ ଉପାୟ । ହାତ ପାପୁଲି ଉପରେ ଅଳ୍ପ ତେଲ ଲଗାନ୍ତୁ ଏବଂ ଏହାକୁ ଜୋରରେ ଘଷନ୍ତୁ । ଯଦି ଆପଣଙ୍କର କୌଣସି ଗନ୍ଧ କିମ୍ବା ରଙ୍ଗ ପାଆନ୍ତି ତେବେ ଏହାର ଅର୍ଥ ହେଉଛି ତେଲରେ କିଛି ତେଲିଆ ପଦାର୍ଥ ମିଶିଛି ଏବଂ ଏହା ୧୦୦% ଶୁଦ୍ଧ ନୁହେଁ ।

ଏକ ଟେଷ୍ଟ୍ ଟ୍ୟୁବରେ ୫ ଗ୍ରାମ ସୋରିଷ ତେଲ ନିଅନ୍ତୁ । ଏବେ ଏଥିରେ ନାଇଟ୍ରିକ୍ ଏସିଡ୍ ମିଶାନ୍ତୁ । ଟ୍ୟୁବ୍ କୁ ଭଲ ଭାବରେ ହଲାନ୍ତୁ । ଯଦି ତେଲ ଶୁଦ୍ଧ, ତେବେ ଏହାର ରଙ୍ଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ଅବଶ୍ୟ, ନକଲି ଥିଲେ ରଙ୍ଗ କମଳା-ହଳଦିଆରୁ ନାଲି ରଙ୍ଗରେ ବଦଳିଯିବ ।

ଶୁଦ୍ଧ ସୋରିଷ ତେଲ ୫୮ ରୁ ୬୦.୫ ବାରୋମିଟର ରିଡିଂ ଥାଏ । ଯଦି ରିଡିଂ ଏହାଠାରୁ ଅଧିକ ତେବେ ତେଲ ନକଲି ।

Comments are closed.