Latest Odisha News

BREAKING NEWS

କିଡନୀ ରୋଗୀଙ୍କ ସମସ୍ଯାର ସମାଧାନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସଠିକ ଔଷଧ ଦାବି କରି ଧାରଣାରେ ବସିଥିବା କିଡନୀ ରୋଗୀଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ଯମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଆନ୍ଦୋଳନରତ କିଡନୀ ରୋଗୀଙ୍କ ଦାବି ସମ୍ପର୍କରେ ସେ ଅବଗତ ଅଛନ୍ତି। ସେମାନଙ୍କର ସମସ୍ୟା ଜଣାଇବାକୁ ଯେଉଁ ପ୍ରତିବାଦ କରୁଛନ୍ତି ତାହା ତାଙ୍କର ସମ୍ପୂର୍ଣ୍ଣ ଅଧିକାର। ସେମାନେ ଯଦି ତାଙ୍କୁ ଭେଟି ନିଜର ସମସ୍ୟା ଜଣାଇବେ ତାହେଲେ ସେ ସ୍ୱାଗତ କରିବେ ବୋଲି କହିଛନ୍ତି। ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହାର ସମାଧାନ ପାଇଁ ବିଭାଗ ପକ୍ଷରୁ ପୂର୍ବରୁ ବୈଠକ ବସିଥିଲା। ଏହି ମାମଲାକୁ ଶୀଘ୍ର ସମାଧାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମାସେ ଠିକ୍ ଔଷଧ ଦେବା ପରେ ରାଜ୍ୟ ସରକାରଙ୍କ ତରଫରୁ ସେହି ପୁରୁଣା (ଯାହା ବ୍ୟାନ) ଔଷଧ ଦିଆଯାଇଥିବା ଅଭିଯୋଗ କରିଥିଲେ କିଡନୀ ରୋଗୀ। ଏହାପରେ ସୋମବାରଠାରୁ ଭୁବନେଶ୍ୱରସ୍ଥିତ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି। ସରକାରୀ ଡାକ୍ତରଖାନାରେ ଔଷଧ ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ବୁଧବାର ସ୍ୱାସ୍ଥ୍ୟ ସଚିବଙ୍କ ସହ ଦ୍ୱିତୀୟ ପର୍ୟ୍ୟାୟ ବୈଠକରେ କୌଣସି ସୁଫଳ ନମିଳିବା ପରେ ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପୂର୍ବରୁ ସେମାନେ ମନ୍ତ୍ରୀଙ୍କ ନିକଟରେ ଏ ସମ୍ପର୍କରେ ଅଭିୟୋଗ କରିଥିଲେ ମଧ୍ୟ ମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରିନଥିବା ଏବଂ ସରକାରୀ ଡାକ୍ତରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି।

ଆନ୍ଦୋଳନରେ ବସିଥିବା ବିକ୍ଷୋଭକାରୀ କହିଛନ୍ତି, ସରକାରୀ ଡାକ୍ତରମାନେ ବ୍ୟାନ ହୋଇଥିବା ଔଷଧକୁ ଲେଖୁଛନ୍ତି। ପୂର୍ବରୁ 25 ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ 18 ଜଣ ଅଭିଯୋଗ କରିଛନ୍ତି ଯେ ଏହି ଔଷଧ ଖାଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନାହିଁ।

Comments are closed.