ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରିବା ମାମଲାରେ ନଳିନୀ ଶ୍ରୀହରନ୍ ଏବଂ ଅନ୍ୟ ଚାରିଜଣ ଦୋଷୀ ୩୧ ବର୍ଷ ପରେ ତାମିଲନାଡୁର ଜେଲରୁ ମୁକ୍ତ ହୋଇଛନ୍ତି। ଗତକାଲି ଏହି ମାମଲାରେ ସମସ୍ତ ୬ଜଣ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଥିଲେ।
ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡାଦେଶ ଭୋଗୁଥିବା ନଳିନୀ କିନ୍ତୁ ପାରୋଲରେ ଥିଲେ । ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିୟମ ଅନୁଯାୟୀ ଜେଲ ଯାଇ ନିଜର ଉପସ୍ଥାପନ ପକାଇଥିଲେ। ପରେ ସେ ଜେଲରୁ ମୁକ୍ତ ହୋଇଥିଲେ। ଏହାପରେ ସେ ଭେଲୋରରେ ଥିବା ସେଣ୍ଟ୍ରାଲ ଜେଲକୁ ଯାଇଥିଲେ। ଯେଉଁଠାରୁ ତାଙ୍କ ସ୍ୱାମୀ ଭି ଶ୍ରୀହରନ୍ ଛଦ୍ମନାମ ମୁରୁଗାନ ଏବଂ ସନ୍ଥନ ମୁକ୍ତ ହୋଇଥିଲେ।
ଜେଲରୁ ମୁକୁଳିବା ପରେ ନଳିନୀ କହିଛନ୍ତି, ମୁଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛି। ତାଙ୍କୁ ଏକ ନୂଆ ଜୀବନ ମିଳିଛି ବୋଲି ଖୁସିରେ ଆତ୍ମହରା ହୋଇ କହିଥିଲେ।
ଶ୍ରୀହରନ ଏବଂ ସନ୍ଥନ ଉଭୟ ଶ୍ରୀଲଙ୍କାର ନାଗରିକ। ତେଣୁ ଜେଲରୁ ମୁକୁଳିବା ପରେ ଦୋଷୀଙ୍କୁ ତିରୁଚିରାପଲ୍ଲୀର ଏକ ସ୍ୱତନ୍ତ୍ର ଶରଣାର୍ଥୀ ଶିବିରକୁ ନିଆଯାଇଥିଲା। ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରବର୍ଟ ପୟାସ ଏବଂ ଜୟକୁମାର ମଧ୍ୟ ପୁଜଲ ଜେଲରୁ ମୁକୁଳିବା ପରେ ଏକ ସ୍ୱତନ୍ତ୍ର ଶରଣାର୍ଥୀ ଶିବିରକୁ ନିଆଯାଇଥିଲା। ଏହି ଦୁଇ ଜଣ ମଧ୍ୟ ଶ୍ରୀଲଙ୍କାର ନାଗରିକ। ମିଳିଥିବା ସୂଚନା ଅନୁଯାୟୀ ଏବେ ନଳିନୀ ଚେନ୍ନାଇରେ ପରିବାର ସହିତ ରହିବେ ନା ତାଙ୍କ ଝିଅ ରହୁଥିବା ସ୍ଥାନ (ଲଣ୍ଡନ) ଯାଇପାରିବେ ସେ ନେଇ ତାଙ୍କ ଓକିଲଙ୍କ ସହ କଥା ହୋଇ ନିଷ୍ପତ୍ତି ନେବେ। ସେହିପରି ସନ୍ଥନ ଶ୍ରୀଲଙ୍କାରେ ଥିବା ପରିବାର ଲୋକଙ୍କ ନିକଟକୁ ଫେରିଯିବାକୁ ଇଚ୍ଛା ପ୍ରକାଶ କରିଥିବା ସୂଚନା ରହିଛି।
ସୁପ୍ରିମକୋର୍ଟ ଦୋଷୀଙ୍କୁ ମୁକ୍ତ କରିବା ନେଇ ନିର୍ଦ୍ଦେଶ ଦେବା ପରେ ଜେଲ କର୍ତ୍ତୃପକ୍ଷ ଶ୍ରୀଲଙ୍କା ନାଗରିକଙ୍କ ସମେତ ୬ ଜଣ ଦୋଷୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ପରେ ଆଜି ଜେଲରୁ ଆଜି ମୁକୁଳିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୯୧ ମେ ୨୧ରେ ତାମିଲନାଡୁରେ ଏକ ନିର୍ବାଚନ ରାଲି କରୁଥିଲେ। ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣକାରୀଙ୍କ ଦ୍ୱାରା ଆସି ତାଙ୍କୁ ହତ୍ୟା କରିଥିଲେ।
Comments are closed.