Latest Odisha News

କେନ୍ଦ୍ରାପଡାରେ ବ୍ୟବସାୟୀଙ୍କୁ ଗୁଳିମାଡ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଗୁଲନଗର ନିକଟ ଦଣ୍ଡାମୁଣ୍ଡ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ କେହି ଦୁବୃର୍ତ୍ତ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ କରିଛି । ଫଳରେ ଉତ୍ତ୍ୟକ୍ତ ଲୋକେ ଆଜି ସ୍ଥାନୀୟ ତିନିମୁହାଁଣୀ ଛକ ଅବରୋଧ କରିଛନ୍ତି ।

ବ୍ୟବସାୟୀଙ୍କୁ ଗୁଳିମାଡ ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ଫଳରେ କଟକ-ଚାନ୍ଦବାଲି ରୁଟର ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି ।

ଆହତ ଜଣକ ତିନିମୁହାଁଣୀ ବଜାର କମିଟିର ସଭାପତି ବିବେକାନନ୍ଦ ମହାରଣା (୪୫) ବୋଲି ଜଣାପଡିଛି ।

ମିଳିଥିବା ସୂଚନାଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସେ ଘରକୁ ଫେରୁଥିବାବେଳେ ଦଣ୍ଡାମୁଣ୍ଡ ଠାରେ ୨ଜଣ ଦୁବୃର୍ତ୍ତ ତାଙ୍କୁ ଗୁଳିମାଡ଼ କରିଥିଲେ।

ପରବର୍ତ୍ତୀ ସମୟରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ବ୍ୟବସାୟୀକ ଶତ୍ରୁତା ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରୁଛି ।

Comments are closed.