Latest Odisha News

BREAKING NEWS

ଚନ୍ଦ୍ର ଅଭିଯାନ ଲାଗି ଆରମ୍ଭ ହେଲା କାଉଣ୍ଟଡାଉନ୍

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ଏହା ଫଳରେ ମହାକାଶ ଇତିହାସରେ ଭାରତ ଆଉ ଏକ ସଫଳ ଅଧ୍ୟାୟ ଯୋଡିବାକୁ ଯାଉଛି ।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଜୁଲାଇ ୧୫ ତାରିଖ (ସୋମବାର) ଭୋର୍ ୨ଟା ୫୧ମିନିଟ ସମୟରେ ଚନ୍ଦ୍ରାୟନ-୨ ଉତକ୍ଷେପଣ କରାଯିବ।

ଏହାର ଓଜନ ୩.୮ ଟନ୍ ହେବ ବୋଲି ଜଣାପଡ଼ିଛି।

ଚନ୍ଦ୍ରାୟନ-୨ର ଉତକ୍ଷେପଣ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ଏବଂ ସବୁ କିଛି ଯୋଜନା ମୁତାବକ ହେଉଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୨୦୦୮ରେ ଚନ୍ଦ୍ର କକ୍ଷପଥରେ ପଶିଥିଲା ଚନ୍ଦ୍ରଯାନ-୧ । ଏହାର ୧୧ବର୍ଷ ପରେ ମିଶନ ଚନ୍ଦ୍ରଯାନ-୨ ନିଜ ଯାତ୍ରା ଆରମ୍ଭ କରିବ । ଏଥର ୫୨ଦିନ ଯାତ୍ରା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ ଆଉ ଖୋଜିବ ପୃଥିବୀ ସୃଷ୍ଟିର ରହସ୍ୟ । ଚନ୍ଦ୍ରରେ ପାଣିର ସନ୍ଧାନ କରିବା ସହ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ରଚିବ ଭାରତ । ଚନ୍ଦ୍ରପୃଷ୍ଠକୁ ଯାନ ପଠାଇବାରେ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ପାଲଟିଯିବ ୪ର୍ଥ ଦେଶ ।

ଚନ୍ଦ୍ରଯାନ-୨କୁ ମହାକାଶକୁ ନେବ GSLV-Mk III ରକେଟ୍ । ଏହା ଭାରତର ବାହୁବଳୀ ରକେଟ୍ । ଏବେସୁଦ୍ଧା ଦେଶରୁ ଉତକ୍ଷେପଣ ହୋଇଥିବା ସବୁ ରକେଟ୍ ଠାରୁ ଏହା ଶକ୍ତିଶାଳୀ । GSLV-Mk III ରକେଟ୍ ଓଜନ ୬ଲକ୍ଷ ୪୦ହଜାର କିଲୋଗ୍ରାମ । ମହାକାଶକୁ ୪ହଜାର କିଲୋ ଓଜନ ଉତକ୍ଷେପଣ କରିବାର କ୍ଷମତା ରହିଛି ଏହି ରକେଟରେ । GSLV-Mk III ରକେଟ୍, ମହାକାଶକୁ ୩୮୭୭କିଲୋ ପେ ଲୋଡ୍ ନେଇଯାଉଛି । ଯାହା ଭିତରେ ରହିଛି ୨୩୭୯କିଲୋ ଅରବିଟର୍, ୧୪୭୧କିଲୋ ଲ୍ୟାଣ୍ଡର ଏବଂ ୨୭କିଲୋ ଓଜନର ରୋଭର ।

Leave A Reply

Your email address will not be published.