Latest Odisha News

ବିଶ୍ବର ସବୁଠାରୁ ପତଳା ବିଲଡିଂ

ନୂଆଦିଲ୍ଲୀ : ଆପଣ ବିଲଡିଂ ବିଷୟରେ ଜାଣିଛନ୍ତି କି ଯାହା ବିଶ୍ବର ସବୁଠାରୁ ପତଳା ଆକାଶ ଛୁଆଁର ମାନ୍ୟତା ପାଇଛି? ଏଭଳି ବିଲଡିଂ ଯାହା ପବନ  ବହିବା ମାତ୍ରେ ଏହା ପୁରା ଦୋହଲିଥାଏ । ଆମେରିକାର ମେନହଟ୍ଟନରେ ଅବସ୍ଥିତ ଏହି ଆକାଶ ଛୁଆ ଟାୱାର । ଯାହା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ ଜାଣିବା ଏହି ବିଲିଡିଂକୁ ନେଇ କିଛି ଅଜଣା କଥା  ।

ରିପୋର୍ଟ ଅନୁସାରେ ସ୍କାଇସ୍କ୍ରାପର ଟାଓ୍ଵାର ଦୁନିଆର ସବୁଠୁ ମଜବୁତ କଂକ୍ରିଟରେ ତିଆରି ହୋଇଛି । କିଛି ବର୍ଷ ପୂର୍ବରୁ ଏହାର ଇଞ୍ଜିନିୟର ରବନ ଓ୍ଵିଲିୟମସଙ୍କ କହିବା ଅନୁଯାୟୀ ୧୦୦୦ ଫୁଟ ଉଚ୍ଚାର ଏହି ଟାଓ୍ଵାର ଘଣ୍ଟା ପ୍ରତି ୧୦୦ ମିଲି ବେଗରେ ବହୁଥିବା ପବନରେ ଦୋହଲିଥାଏ । କିନ୍ତୁ ବଡ଼ କଥା ହେଉଛି ଏହି ବିଲଡିଂ ମଧ୍ୟରେ ଥିବା ଲୋକ ମାନେ ଏହାକୁ ନେଇ କିଛି ଅନୁଭବ କରିପାରନ୍ତି ନାହିଁ ।

 

ଏହି ବିଲଡିଂରେ ମୋଟ ୬୦ଟି ଆପାର୍ଟମେଣ୍ଟ ରହିଛି। ଏହି ଟାଓ୍ଵାରରେ ଥିବା ଗୋଟିଏ ଆପାଟମେଣ୍ଟର ଦାମ ପାଖାପାଖି ୭.୭୫ ମିଲିୟନ ଡଲାରରୁ ୬୬ ମିଲିୟନ ଡଲାର ଅର୍ଥାତ୍‌ ୫୮ କୋଟି ଟଙ୍କାରୁ ୩୩୦ କୋଟି ଟଙ୍କା ମଧ୍ୟରେ ରହିଛି ।୧୫ ହଜାର କୋଟି ଖର୍ଚ୍ଚ ହୋଇ ଏହି ସ୍ଥାନକୁ ରେସିଡେନସିଆଲ ଟାଓ୍ଵାର ବନାଗଲା । ଡିଜିଏସ୍‌ ଡେଭଲପମେଣ୍ଟ, ପ୍ରପର୍ଟି ମାର୍କେଟସ୍‌ ଗୁ୍ରୁପ ଓ ସ୍ପ୍ରୁସ କ୍ୟାପିଟାଲ ପାର୍ଟନର୍ସ ମିଶି ତିଆରି କରିଥିଲେ ଏହି ଟାଓ୍ବାର ।ଏହି ଉଚ୍ଚତମ ପତଳା ଟାଓ୍ଵାରକୁ ତିଆରି କରିବା ପାଇଁ ପାଖାପାଖି ୯ ବର୍ଷ ସମୟ ଲାଗିଥିଲା।

ଷ୍ଟେନେଓ୍ଵ ଟାଓ୍ଵାର ର ଡେଭଲପର୍ସ ଙ୍କ କହିବା ଅନୁଯାୟୀ ଏହି ଟାଓ୍ଵାର ସହରରେ ଥିବା ସମସ୍ତ ଟାଓ୍ଵାର ଠାରୁ ଏକଦମ ଭିନ୍ନ ରହିଛି। ଏହି ହାଇରାଇଜ ଇମାରତ ଦେଶର ଶିଳ୍ପକଳା, ଇତିହାସ ଓ ବିଜ୍ଞାନ ର ଏକ ଜ୍ୱଳନ୍ତ ଉଦାହାରଣ କହିଲେ କିଛି ଭୁଲ ହେବ ନାହିଁ। ଏବେ କିନ୍ତୁ ଏହି ଟାଓ୍ଵାର ନିଜର ଡିଜାଇନ ତଥା ସୌନ୍ଦର୍ଯ୍ୟକୁ ନେଇ ନୁହେଁ ବରଂ ପଡ଼ୁଥିବା ବରଫ କାରଣରୁ ଚର୍ଚ୍ଚାରେ ରହିଛି ।

 

 

 

Leave A Reply

Your email address will not be published.