Latest Odisha News

ଶିଳ୍ପସଂସ୍ଥାରେ ଚାକିରି ଦାବି କରି ମନ୍ତ୍ରୀଙ୍କ ବାସଭବନ ଘେରିଲା ୟୁଥ୍ ଫର ଆକ୍ସନ୍

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରେ ନିଯୁକ୍ତି ଦାବି କରି ଆଜି ୟୁଥ୍ ଫର୍ ଆକ୍ସନ ପକ୍ଷରୁ ପ୍ରତିବାଦ କରାଯାଇଛି । ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ ୟୁଥ୍ ଫର ଆକ୍ସନ୍ ସଦସ୍ୟଙ୍କ ସହ ପୋଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।

ୟୁଥ୍ ଫର ଆକ୍ସନ୍ ଅନୁସାରେ, ରାଜ୍ୟରେ ବେକାରୀ ବଢ଼ିଛି । ସରକାର ବିଭିନ୍ନ ଶିଳ୍ପ ସଂସ୍ଥା ସହ କରିଥିବା ଚୁକ୍ତି ପ୍ରକାରେ ତୁରନ୍ତ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ୟୁଥ୍ ଫର ଆକ୍ସନ୍ ଦାବି କରିଛି । ବିଗତ ୨୨ ବର୍ଷରେ ଓଡ଼ିଶା ସରକାର ୨୦୦ରୁ ଅଧିକ ବୁଝାମଣା ସ୍ୱାକ୍ଷର କରିଛନ୍ତି ।

ଷ୍ଟିଲ୍, ଆଲୁମିନିୟମ୍, ତାପଜ ବିଦ୍ୟୁତ୍ ଓ ପେଟ୍ରୋକେମିକାଲ୍ ଶିଳ୍ପ ପାଇଁ ସରକାର ଚୁକ୍ତି ସ୍ୱାକ୍ଷର କରିଥିବା ବେଳେ ସେଥିରେ ଓଡ଼ିଶାରୁ ୯୦ ପ୍ରତିଶତ ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ କର୍ମଚାରୀ କାମ କରିବାକୁ ଲକ୍ଷ୍ୟ ଥିଲା ।

ତେବେ ଏଥିରେ ସରକାର ବିଫଳ ହୋଇଥିବା ଏବଂ ଚୁକ୍ତି ଅନୁସାରେ ମାତ୍ର ୧୦ ପ୍ରତିଶତରୁ କମ ସ୍ଥାନୀୟ ଲୋକଙ୍କୁ କାମ ମିଳିଥିବା କହିଛନ୍ତି ଆନ୍ଦୋଳନକାରୀ । ବଳକା ୮୦ ପ୍ରତିଶତ ସ୍ଥାନୀୟ ବାସିନ୍ଦାଙ୍କୁ ଶିଳ୍ପ ସଂସ୍ଥାରେ କାମ ଦେବାକୁ ସରକାର ଆଇନ୍ ଆଣନ୍ତୁ ବୋଲି ୟୁଥ୍ ଫର ଆକ୍ସନ୍ ଦାବି କରିଛି ।

Comments are closed.