Latest Odisha News

BREAKING NEWS

ଚିଙ୍ଗୁଡ଼ି ଡାଲମା

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ‘ଚିଙ୍ଗୁଡ଼ି ଡାଲମା’ 

ଡାଲି ଓ ପରିବା ସହିତ ଚିଙ୍ଗୁଡ଼ିର ସମିଶ୍ରଣରେ ଯେଉଁ ବ୍ୟଞ୍ଜନ ପ୍ରସ୍ତୁତ ହୁଏ ତାହା ନିରାମିଷ ସହିତ ଆମିଷର ଏକ ମିଶ୍ର ସ୍ୱାଦ ପ୍ରଦାନ କରିଥାଏ । ଗାଁ ଗହଳିରେ ଭୋଜି ବା ଯନ୍ତାଳ ଅବସରରେ ଯେଉଁ ଚିଙ୍ଗୁଡ଼ି ମହୁର ପ୍ରସ୍ତୁତ କରାଯାଏ ତାହାର ଅନୁରୂପ ସ୍ୱାଦ ଏହି ଚିଙ୍ଗୁଡ଼ି ଡାଲ୍‌ମାରେ ରହିଥାଏ । ସାଧାରଣ ଡାଲମାରେ ମସଲା ସହିତ କଷା ଚିଙ୍ଗୁଡ଼ି ମିଶି ଆମିଷଭୋଜୀ ମାନଙ୍କୁ ଭଲ ସୁହାଇ ଥାଏ ।

ଆବଶ୍ୟକୀୟ ଉପକରଣ: – ହରଡ଼ ଡାଲି ୨୫୦ ଗ୍ରା.ମ, ଅମୃତଭଣ୍ଡା, ସିମ୍ବ, ପଣସ, ଆଳୁ, କଦଳୀ, ପୋଟଳ, ପିଆଜ , ଅଦା, ରସୁଣ ବଟା, ଟମାଟୋ, ତରକାରୀ ମସଲା, ସୋରିଷ ତେଲ, ଜିରା, ୨୫୦ଗ୍ରାମ ଚିଙ୍ଗୁଡ଼ି ।

ପ୍ରସ୍ତୁତି ପ୍ରଣାଳୀ: -ପ୍ରଥମେ ଡାଲିରେ ପରିବା ପକାଇ ସିଝାଇ ଦିଅନ୍ତୁ । ପରିବା ସିଝିଗଲେ ତାକୁ କାଢି ଦିଅନ୍ତୁ । ଚୁଲିରେ ଅନ୍ୟ ଏକ ପାତ୍ରରେ ବସାଇ ସେଥିରେ ସୋରିଷ ତେଲ ଦିଅନ୍ତୁ । ତେଲ ତାତିଗଲେ ଚିଙ୍ଗୁଡ଼ି ପକାନ୍ତୁ ଓ ଭାଜି ହୋଇଗଲେ କାଢି ଦିଅନ୍ତୁ । ସେଥିରେ ଜିରା ପକାନ୍ତୁ । ତା’ପରେ କଟା ହୋଇଥିବା ପିଆଜ ପକାନ୍ତୁ ଓ ଟିକେ ଭାଜି ହୋଇଗଲେ ସେଥିରେ ଅଦା, ରସୁଣ ଛେଚା, କଞ୍ଚାଲଙ୍କା ଓ ଚିଙ୍ଗୁଡି ପକେଇ କଷି ଦିଅନ୍ତୁ । ଟିକେ ଭଲ କରି କଷି ହୋଇଗଲେ ସେଥିରେ ଟମାଟୋ ପକେଇ ଦିଅନ୍ତୁ । ଟମାଟୋ ଭଲ ଭାବେ ମିଶି ଗଲେ ସେଥିରେ ପୂର୍ବ ପ୍ରସ୍ତୁତ ଡାଲ୍‌ମା ପକାଇ ଦିଅନ୍ତୁ । ତା’ପରେ ଟିକେ ତରକାରୀ ମସଲା ପକାଇ ଦିଅନ୍ତୁ । ଟିକେ ଫୁଟିଗଲେ ଗରମ ମସଲା ଓ ଧନିଆପତ୍ର ପକାଇ କାଢି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡି ଡାଲ୍‌ମା । ନିଜେ ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ଖୁଆନ୍ତୁ ।

 

ମୋ:୮୭୬୩୩୧୦୦୨୮

Leave A Reply

Your email address will not be published.