Latest Odisha News

ଧରାପଡିଲା ଛିନତାଇ ଗ୍ୟାଙ୍ଗର କିଙ୍ଗପିନ୍, ପାରୋଲରେ ଆସି ଥିଲା ଫେରାର

ଭୁବନେଶ୍ୱର: ରାଜଧାନୀରେ ଛିନତାଇ କରି ଆତଙ୍କ ଖେଳାଇଥିବା ଶିବା, ମୁନା ଏବଂ  ସୈରବ ମୁଲା ଗିରଫ। କମିଶନରେଟ ପୋଲିସ ନଜରରେ ଥିବା ଏହି ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ରାଜଧାନୀରେ ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ଲୁଟପାଟ କରୁଥିଲା। ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଏହି ଅପରାଧୀକୁ ଗିରଫ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ରାଜଧାନୀର ଝରଣା ବସ୍ତିର ବାସିନ୍ଦା ହେଉଛି ଶିବ ଓରଫ ମଦନ ମୋହନ ମହାରଣା ଏବଂ ଅନ୍ୟ ଜଣେ ପୁରୀର ମୁନା ଓରଫ ଅଶୋକ କୁମାର ମିଶ୍ର ସେହିପରି ଅନ୍ୟତମ ଅଭିଯୁକ୍ତ ସୈରବ ମୁଲା ପଶ୍ଚିମବଙ୍ଗର। ପୋଲିସ ଏହି ତିନି ଜଣଙ୍କ ନିକଟରୁ ଅଭିଯୁକ୍ତ ନିକଟରୁ ୪ ଟି ସୁନା ଚେନ, କାନ ଫୁଲ, ମୋବାଇଲ ଓ ପଲସର ଜବତ କରିଛି। ଏଥିସହ କୋର୍ଟ ଚାଲାଣ କରିଛି।

ଖଣ୍ଡଗିରି ଥାନା ଆଇଆଇସି ଦୟାନିଧି ନାୟକ ସୂଚନା ଦେଇ କହିଛନ୍ତି, ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି। ବାପାର ଦଶାହ କାମରେ ଯୋଗ ଦେବାକୁ ପାରୋଲରେ ଆସିଥିଲା। ଝାରପଡା ଜେଲରୁ ଗତ ଅଗଷ୍ଟ ମାସରେ ଶିବା ଆସିଥିଲା। ହେଲେ ସେ ଜେଲକୁ ନଫେରି ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା। ଏହାପରେ ପୁଣି ନିଜ ପେଶାରେ ମାତିଥିଲା। ଇତିମଧ୍ୟରେ ୫ ଜଣକ ଚେନ୍ ଝାମ୍ପି ନେଇ ଫେରାର ହୋଇଯାଇଥିଲା ଶିବା। ମୁଖ୍ୟତଃ ମହିଳା ଏବଂ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ଶିବା।

ଅଧିକ ପଚରା ଉଚରା କରିବାରୁ ସେମାନେ ଚୋରୀ କରୁଥିବା ସୁନାଚେନ ସବୁକୁ ଡୁମୁଡୁମା ଅଞ୍ଚଳର ଜଣେ ବଣିଆକୁ ଦେଇଥିବା କଥା ମଧ୍ୟ ସ୍ଵୀକାର କରିଥିଲେ । ପୁଲିସ ଉଭୟ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ ସହିତ ଏକ ସୁନା ଚେନ ମଧ୍ୟ ଜବତ କରିଥିଲେ । ପରେ ଉଭୟ ଅଭିଯୁକ୍ତଙ୍କ ନିକଟରୁ ମିଳିଥିବା ସୂଚନାକୁ ଆଧାର କରି ଖଣ୍ଡଗିରୀ ଥାନା ପୁଲିସ ଚୋରା ସୁନା ଚେନ ଗ୍ରାହକଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଛିଣ୍ଡା ଅବସ୍ଥାରେ ଥିବା ୩ଟି ସୁନା ଚେନ ମଧ୍ୟ ଜବତ କରିଥିଲେ ।

ଶିବା ନାଁରେ ପୂର୍ବରୁ କ୍ୟାପିଟାଲ, ଖଣ୍ଡଗିରି, ଏୟାରପୋର୍ଟ ଓ ଏୟାରଫିଲଡ ଥାନାରେ ୧୫ରୁ ଅଧିକ ଅପରାଧିକ ମାମଲା ରହିଛି।

Comments are closed.