Latest Odisha News

ପୋଷା ଜନ୍ତୁ ରଖିଲେ ନେବାକୁ ପଡିବ ବିଏମସିର ଅନୁମତି

ଭୁବନେଶ୍ୱର: ରାଜଧାନୀରେ କୁକୁର କାମୁଡାକୁ ନେଇ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଏମସି । ଜଣେ ଶିଶୁ କୁକୁର କାମୁଡାରେ ଗୁରୁତର ଆହତ ହେବା ପରେ ବିବାଦ ଘନେଇଥିଲା । ତେଣୁ ଭୁବନେଶ୍ୱର ମହାନଗର ନିଗମର କଡ଼ା ନିୟମ କରିଛନ୍ତି । ପୋଷା ଜନ୍ତୁ ରଖିଲେ ଏଣିକି ବିଏମସିର ଅନୁମତି ନେବାକୁ ପଡିବ । ଆସନ୍ତା ସପ୍ତାହ ସୁଦ୍ଧା ନିୟମ ଲାଗୁ ହେବା ନେଇ ବିଏମସି କମିଶନର ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।

ବିଏମସି ଅଫିସରେ ପେଟ୍ ରେଜିଷ୍ଟ୍ରେସନ ହେବ । ପେଟ୍ ଆନିମସ୍ ରଖିବା ପାଇଁ ସୁସ୍ଥ ବାତାବରଣ ଅଛି କି ନାହିଁ ସେନେଇ ତଦାରଖ କରାଯିବ । ଭାକ୍ସିନେସନ ସହିତ ଡାକ୍ତର ପରାମର୍ଶ ନେଇ ପୋଷା ଜନ୍ତୁ ରଖିବାକୁ ହେବ । ନିଜ ପୋଷା ଜନ୍ତୁ ଯେପରି ଅନ୍ୟମାନଙ୍କ କ୍ଷତି ନପହଞ୍ଚାଏ, ସେଥିପାଇଁ ଅଣ୍ଡରଟେକିଂ ଲେଖି ଦେବାକୁ ପଡିବ ।

ନଭେମ୍ୱର ୬ ତାରିଖରେ ଭୁବନେଶ୍ୱର ତପସ୍ୱିନୀ କଲୋନୀରେ ଜଣେ ୮ବର୍ଷର ପୁଅକୁ ଅନ୍ୟଜଣଙ୍କ ପୋଷା କୁକୁର କାମୁଡି ଦେଇ କ୍ଷତାକ୍ତ କରିଥିଲା । କୁକୁର ସିଜରକୁ ଡଗ୍ କେୟାର ସେଣ୍ଟର ପଠାଯାଇଛି । ସିଜରକୁ ପାଖରେ ରଖିବାକୁ ମାଲିକଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି । କୋର୍ଟଙ୍କ ନିଷ୍ପତ୍ତି ନଆସିବା ଯାଏଁ କୁକୁର ତପସ୍ୱିନୀ ସୋସାଇଟିକୁ ଫେରିପାରିବନି ।

Comments are closed.