Latest Odisha News

BREAKING NEWS

ସେଇ ଦୁର୍ଗମ ରାସ୍ତା..ପୁଣି ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ

କୋରାପୁଟ: କେବେ ଗାଁକୁ ମିଳିବ ରାସ୍ତା ? କେବେ ସରିବ ଏ ଜନନୀ ଯନ୍ତ୍ରଣା ? କେବେ ମିଳିବ ରୋଗୀକୁ ଆଶ୍ୱସ୍ତି ? ରାସ୍ତା ନ ଥିବାରୁ ଖଟିଆରେ ରୋଗୀ ବୁହାହେବା ଆଜି ନୂଆ କଥା ନୁହେଁ । ବର୍ଷ ବର୍ଷ ଧରି ଲାଗି ରହିଛି  ଏମିତି ଅବ୍ୟବସ୍ଥା  । ହେଲେ  ଏ ଯନ୍ତ୍ରଣାରୁ ମୁକ୍ତି କାହିଁ ? ଏ ଦୃଶ୍ୟ ଦେଖିଲେ ଏମିତି କିଛି ପ୍ରଶ୍ନ ମନକୁ ଆସେ । ଏ ଦୃଶ୍ୟ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଚିକେନପୁଟ ପଞ୍ଚାୟତର ଡୁମୁରିଗୁଡା ଗାଁର ।

BjdElectrycity

ଏ ଗାଁ ଏକ ଏମିତି ଅବହେଳିତ ଗାଁ ଯେଉଁଠିକୁ ରାସ୍ତାଟିଏ ନାହିଁ । ଏ ଗାଁକୁ ଯାଇପାରେନି ଗାଡ଼ି । ଏଠି ରୋଗ ହେଲେ କେବଳ ଭଗବାନ ଭରସା । ଡାକ୍ତରଙ୍କ ପାଖରେ ପହଞ୍ଚିଲା ବେଳକୁ କେତେବେଳେ ରୋଗୀର ଅବସ୍ଥା ଗୁରୁତର ହୋଇ ଯାଇଥାଏ, କେତେବେଳେ କାହାର ଜୀବନ ବି ଚାଲିଯାଇଥାଏ । ହେଲେ ସବୁଠାରୁ ସଙ୍କଟଜନକ ସ୍ଥିତି ସୃଷ୍ଟି ହୋଇଥାଏ ଗର୍ଭବତୀଙ୍କ ପାଇଁ ।

ପ୍ରସବ ବେଦନା ହେଲେ ଏଠି ମା’ଟି କଷ୍ଟକୁ ନିଜ ଭିତରେ ଚାପି ସମୟକୁ କେବଳ ଅପେକ୍ଷା କରିଥାଏ । ଏ ଗାଁକୁ ଆସିପାରେନି ଆମ୍ବୁଲାନ୍ସ । ଏଠି ଗର୍ଭବତୀଙ୍କୁ ଖଟିଆରେ ବୋହି ବୋହି ନେବାକୁ ପଡ଼ିଥାଏ ।  ଏଠି ବି ଘଟିଛି ସମାନ ଘଟଣା । ଖଟିଆରେ ଶୋଇ ଛଟପଟ ହେଉଛନ୍ତି ଗର୍ଭବତୀ । କିଛି ସମ୍ପର୍କୀୟ ତାଙ୍କୁ ଦୁର୍ଗମ ରାସ୍ତାରେ ବୋହି ବୋହି ନେଉଛନ୍ତି ।

ଏ ହେଉଛନ୍ତି ଡୁମୁରିଗୁଡା  ଗାଁର ଚଂଚଳା ଖରା । ଗର୍ଭ ବେଦନା ସହି ନ ପାରିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡକାଇଲେ । ୨ କିଲୋମିଟର ଦୂରରେ ଅଟକିଗଲା ଆମ୍ବୁଲାନ୍ସ । କାରଣ ଆଗକୁ ଆସିବା ପାଇଁ ରାସ୍ତା ନ ଥିଲା । ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ଚଞ୍ଚଳାଙ୍କୁ ଖଟିଆରେ ବୋହି ଆଣିଥିଲେ । ଏକ ନାଳ ପାରି କରାଇ ଲମତାପୁଟ ଡାକ୍ତରଖାନାରେ ପହଞ୍ଚିଥିଲେ । ଏବେ ତାଙ୍କ ଅବସ୍ଥା ଭଲ ଅଛି ।

Leave A Reply

Your email address will not be published.