Latest Odisha News

BREAKING NEWS

ରାଜଧାନୀରେ ଗର୍ଜିଲେ ଶିକ୍ଷକ, ୨ ଦିନ ମଧ୍ୟରେ ନିଷ୍ପତ୍ତି ନ ନଲେ ପରୀକ୍ଷା ବର୍ଜନ ଚେତାବନୀ

ଭୁବନେଶ୍ୱର: ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ । ମାଗିଲେ ହକ୍ । ରବିବାର ଭୁବନେଶ୍ୱରର ଲୋୟର ପିଏମଜିରେ ଓଡ଼ିଶା ସରକାରୀ ହାଇସ୍କୁଲ୍ ଏନପିଏସ୍ ଶିକ୍ଷକ ସଂଘ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ବିଭିନ୍ନ ଜିଲ୍ଲାର ସଂଘ ଲୋୟର ପିଏମଜିରେ ଏକାଠି ହୋଇ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଉଚ୍ଛେଦରେ ଅବିଚାର କରିଥିବା ସଂଘ ଅଭିଯୋଗ କରିଛି ।

୨୦୦୪ ପରଠାରୁ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମତି କରାଯିବ ବୋଲି ସରକାର କହିଥିଲେ । ମାତ୍ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଅସଙ୍ଗତି ରହିଥିବା ସଂଘ ଅଭିଯୋଗ କରିଛି । ଆସନ୍ତା ଦୁଇ ଦିନ ଭିତରେ ସରକାର ଏନେଇ ସଠିକ୍ ନିଷ୍ପତ୍ତି ନ ନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ୱାନ୍ ପରୀକ୍ଷାକୁ ବର୍ଜନ କରିବେ ବୋଲି ସଂଘ ଚେତାବନୀ ଦେଇଛି ।

Leave A Reply

Your email address will not be published.