ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅଭ୍ୟାସ ମାତ୍ରକେ ବଂଧନ
ତହିଁରୁ ମୁକୁଳିଲେ ଜନ
ହୁଅଇ ପ୍ରକୃତ ସ୍ବାଧୀନ
ଅର୍ଥାତ୍ ନିଜ ଇଚ୍ଛାଧୀନ
ବାଛି ବିଚାରି କାର୍ଯମାନ
କରେ ସେ ନିଜେ ସମାପନ
ନିଜକୁ କରି ସଂଶୋଧନ
ବିତାଏ ଆନଂଦେ ଜୀବନ
ଅନ୍ୟର କଥାକୁ ପ୍ରାଧାନ୍ୟ
ଦେବା ନୁହଇ ସମୀଚୀନ
ଏହି ବିଶ୍ବାସଧାରୀ ଜଣେ
କାଳର ମୂଲ୍ୟ ସଦା ଗଣେ
କାଳ ଓ ବଳ ଉପଯୋଗ
କରିଲେ ଅନେକ ସୁଯୋଗ
ମିଳେ ତାହାକୁ ନିରଂତର
ନ ହୁଏ କେବେ ସେ ଆତୁର
ବଦଳୁଥାଏ ବାରଂବାର
ତାହାର ମତ ଓ ବିଚାର
ସେ ସବୁ କରେ ସେ ସ୍ବୀକାର
ସର୍ବଦା ହୁଏ ଅଗ୍ରସର
କେଉଁଠି ରହେନାହିଁ ଲାଖି
ପକ୍ଷୀଠୁଁ ବହୁ ଗୁଣ ଶିଖି
ପାଲଟେ ସମୟର ସାକ୍ଷୀ
ମନ ଭାବନା ରଖେ ଲେଖି
ସେ ଲେଖା ପଢ଼ି ଆଗ ନିଜେ
ସତ୍ୟ ସ୍ବରୂପ ଆପେ ଖୋଜେ
ତହିଁରୁ ମିଳେ ଯେଉଁ ଫଳ
ତା ହୁଏ ଭାଷାର ସଂବଳ
Comments are closed.