Latest Odisha News

BREAKING NEWS

୨ଟି ମ୍ୟାଚ ପାଇଁ ନିଲମ୍ବିତ ହେଲେ କ୍ରିଷ୍ଟିଆନ ରୋନାଲ୍ଡୋ

ଦୋହା: ପର୍ତୁଗାଲର ଓ ମାଚେଂଷ୍ଟର ୟୁନାଇଟେଡର ଷ୍ଟାର ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ଫୁଟବଲ ଆସୋସିଏଶନ ଦ୍ୱାରା ସସପେଣ୍ଡ ହୋଇଛନ୍ତି । ଚଳିତ ବର୍ଷ ଏପ୍ରିଲ ୯ରେ ରୋନାଲ୍ଡୋଙ୍କ ଟିମ ୦-୧ରେ ଏଭର୍ଟନ ନିକଟରୁ ହାରି ଯାଇଥିଲେ । ପଡିଆରୁ ବାହାରକୁ ଆସୁଥିବା ବେଳେ ଜଣେ ପ୍ରଶଂସକ ତାଙ୍କ ଭିଡିଓ ଉତୋଳନ କରୁଥିଲେ । ରୋନାଲ୍ଡୋ ପ୍ରଶଂସକଙ୍କ ହାତରୁ ମୋବାଇଲ ଛଡେଇ ନେଇ ଭାଙ୍ଗି ଦେଇଥିଲେ । ତାଙ୍କର ବ୍ୟବାହାର ନେଇ ଆସୋସିଏଶନ ଅସନ୍ତୋଷ ବ୍ୟକ୍ତ କରିଥିଲା । ରୋନାଲ୍ଡୋଙ୍କ ଉପରେ ୪୯.୪୩ ଲକ୍ଷ ଟଙ୍କା ଜରିମାନା ଓ ୨ଟି ମ୍ୟାଚରୁ ବାସନ୍ଦ କରାଯାଇଛି ।

ନିକଟରେ ମାଂଚେଷ୍ଟର ୟୁନାଇଟେଡ ସହ ସେ ଅନୁବନ୍ଧ ଶେଷ କରିଛନ୍ତି । ଏଫଏ ଅନୁସାରେ ଜଣେ ଖେଳାଳି ସର୍ବଦା ପ୍ରଶଂସକଙ୍କ ପ୍ରେରଣାଦାୟକ ହେବା ଉଚିତ । ପଡିଆରେ କଣ ଘଟିଲା ସେ ନେଇ ଭାବନାକୁ କାବୁ କରିପାରିଲେ ଜଣେ ଭଲ ଖେଳାଳି ହୋଇପାରିବ ବୋଲି କହିଛି । ତେବେ ଚଳିତ ଫିଫା ବିଶ୍ୱକପ ଅବସରରେ ଏହି ଦଣ୍ଡାଦେଶ ଲାଗୁ କରାଯିବ ନାହିଁ । ରୋନାଲ୍ଡୋ ମଧ୍ୟ ତାଙ୍କ ଭୁଲ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.