Latest Odisha News

BREAKING NEWS

ହଠାତ ଅସୁସ୍ଥ ଅନୁଭବ କଲେ ବଲିଉଡ ଆକ୍ଟର କମଲ ହାସନ; ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ସାଉଥ ତଥା ବଲିଉଡର ବରିଷ୍ଠ ଅଭିନେତା କମଲ ହାସନ ଅସୁସ୍ଥ ।  ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କମଲ ହାସନ ।  ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏକ ପ୍ରାଇଭେଟ ଡାକ୍ତରଖାନାର ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, ୨୩ ନଭେମ୍ୱରରେ କମଲଙ୍କୁ ଜ୍ୱର ହେଉଥିଲା । କମଲ ହାସନ ହାଇଦ୍ରାବାଦରୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା  ନିଆଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଉଛି ।

ତେବେ କମଲଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ତାଙ୍କୁ କିଛି ଦିନ ବିଶ୍ରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ମିଳିଥିବା ଶେଷ ଖବର ଅନୁଯାୟୀ,  କମଲଙ୍କୁ ଡାକ୍ତରଖାନାରୁ ଡିସଟାର୍ଜ କରି ଦିଆଯାଇଛି

Leave A Reply

Your email address will not be published.