Latest Odisha News

BREAKING NEWS

ଆହୁରି ଖସିବ ପାରଦ, ବଢ଼ିବ ଶୀତ

ଭୁବନେଶ୍ୱର: ଶୁଖିଲା ପାଗ ଭିତରେ ରାଜ୍ୟରେ ବଢ଼ିବ ଶୀତ । ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ଖସିବ । ସ୍ୱାଭାବିକ ତାପମାତ୍ରା ଠାରୁ ପାରଦ ୩ରୁ ୪ ଡିଗ୍ରୀ ତଳକୁ ଖସିବ । ଫଳରେ ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଶୀତ ବଢ଼ିବା ସହ ଆସନ୍ତା ୨ ଦିନ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହେବ । ୨୨ ତାରିଖ ସକାଳେ ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ଗଞ୍ଜାମ, ବଲାଙ୍ଗିର, କନ୍ଧମାଳ, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ କୁହୁଡ଼ି ଅନୁଭୂତ ହେବ ।

ସେହିଭଳି ୨୩ ତାରିଖରେ ଗଞ୍ଜାମ, ବଲାଙ୍ଗିର, କନ୍ଧମାଳ, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଦୃଶ୍ୟମାନ ହେବ ।

Comments are closed.