Latest Odisha News

BREAKING NEWS

ମୃତ ସାପକୁ ବାଡ଼ିରେ ଧରିଲେ ବୋଲି ଛାତ୍ରଙ୍କୁ ମାଡ଼ ମାରିଲେ ଶିକ୍ଷକ, ଥାନାରେ ଏତଲା

ବାରିପଦା: ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ । ମନ ଇଚ୍ଛା ପିଟିଲେ ଶିକ୍ଷକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ କପ୍ତିପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ୬ ବର୍ଷର ଶୁଭ ବେହେରା ଦ୍ୱିତୀୟ ଶ୍ରେଣୀରେ ପଢ଼େ । ଗତକାଲି ଶୁଭ ବିଦ୍ୟାଳୟ ଯାଇଥିବା ବେଳେ ନାଳରୁ ବାଡ଼ି ସାହାଯ୍ୟରେ ମୃତ ସାପଟିକୁ ଉଠାଇ ଥିଲା । ଯାହାକୁ ନେଇ ଅନ୍ୟ ପିଲା ଶିକ୍ଷକଙ୍କୁ ଜଣାଇଥିଲେ ।

ପିଲାଙ୍କ ଠାରୁ ଶୁଣିବା ପରେ ବିଦ୍ୟାଳୟର ଶିକ୍ଷକ ଜୟନ୍ତ କୁମାର ମଲ୍ଲିକ ମନ ବୁଝିବା ଯାଏ ଶୁଭକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏବେ ବି ଶୁଭର ପିଠିରେ ରହିଛି ମାଡ଼ର ଦାଗ । ବିଦ୍ୟାଳୟରୁ ଫେରିବା ପରେ ଘର ଲୋକ ଏ ବିଷୟରେ ଜାଣିବା ପରେ କପ୍ତିପଦା ଥାନାରେ ଏତଲା ଦେଇଛନ୍ତି । ଶୁଭକୁ କପ୍ତିପଦା ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.