Latest Odisha News

BREAKING NEWS

ଅସୀମ ମୁନିର ହେଲେ ପାକିସ୍ତାନର ନୂଆ ସେନା ମୁଖ୍ୟ

ଇସଲାମବାଦ: ପାକିସ୍ତାନ ସେନାମୁଖ୍ୟ ଜେନରାଲ କମର ଜାବେଦ ବାଜୱାଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ନୂଆ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଅସୀମ ମୁନିରଙ୍କୁ ନୂଆ ଆର୍ମୀ ଚିଫ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି ।

ନୂଆ ସେନା ମୁଖ୍ୟଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି  ପାକ ମନ୍ତ୍ରୀ ମରିୟମ ଔରଙ୍ଗେଜବ ।  ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ କରିଥିବା ଅନ୍ୟାନ୍ୟ ପଦବୀର ପରିବର୍ତ୍ତନ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜେନରାଲ ସାହିର ଶାମଶାଦ ମିର୍ଜାଙ୍କୁ ଜଏଣ୍ଟ ଚିଫ ଅଫ ଷ୍ଟାଫ କମିଟିର  ଚେୟାରମ୍ୟାନ ଏବଂ ଲେଫ୍ଟନାଣ୍ଟ ଜେନରାଲ ସଏଦ ଅସୀମଙ୍କୁ ଆର୍ମି ଚିଫ  ନିଯୁକ୍ତି କରିବା ପାଇଁ ଘୋଷଣା କରିଛନ୍ତି ।

ଜେନରାଲ ଜାବେଦ ବାଜୱା ୨୦୧୬ରେ ପାକିସ୍ତାନ ଆର୍ମି ଚିଫ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୯ ନଭେମ୍ବର ୨୯ରେ ତାଙ୍କର କର୍ଯ୍ୟକାଳ ଶେଷ ହେବା କଥା । କିନ୍ତୁ ସେ ତାଙ୍କ କାର୍ଯ୍ୟକାଳ ଅବଧି ୩ ବର୍ଷ ବଢାଇଥିଲେ । ଆସନ୍ତା ୨୯ ତାରିଖ ଦିନ ୬୧ ବର୍ଷ ବୟସ୍କ ଜେନରାଲ ଜାବେଦ ବାଜୱାଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲବୀ ଏହି ଦୁଇ ନିଯୁକ୍ତିକୁ ମୋହର ମାରିବେ । ପାକିସ୍ତାନ ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫଙ୍କ କହିବା ଅନୁଯାୟୀ, ଏହି ନିଯୁକ୍ତି ସଂପୂର୍ଣ୍ଣ ସାମ୍ବିଧାନିକ ଭାବେ କରାଯାଇଛି । ତେଣୁ ଏହାର ରାଜନୀତିକରଣ ନ କରିବା ପାଇଁ ସେ ଅପିଲ କରିଛନ୍ତି । ଏପରିକି ରାଷ୍ଟ୍ରପତି ଏହାକୁ ନେଇ ବିବାଦ ଉଠାଇବେ ନାହିଁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି

 

Leave A Reply

Your email address will not be published.