Latest Odisha News

ପତ୍ନୀ ଏଡସରେ ଆକ୍ରାନ୍ତ ହୋଇଛି କହି ଛାଡପତ୍ର ମାଗି କୋର୍ଟରେ ସ୍ବାମୀ ହଟହଟା

ମୁମ୍ବାଇ: ମୋ ପତ୍ନୀ ଏଚଆଇଭି ଏଡସରେ ଆକ୍ରାନ୍ତ। ମୁଁ ଆଉ ଏହି ବିବାହ ବନ୍ଧନରେ ରହିବାକୁ ଚାହୁଁନାହିଁ। ତେଣୁ ମୁଁ ଛାଡ଼ପତ୍ର ଚାହୁଁଛି। ଏଭଳି ଏକ ଆବେଦନ କରିଥିଲେ ଜଣେ ପତି। ଯାହାକି ମିଛ ବୋଲି କୋର୍ଟରେ ଜଣାପଡ଼ିଛି। ଜଣେ ଡାକ୍ତରଙ୍କ ଦ୍ବାରା ତାଙ୍କ ପତ୍ନୀ ଏଡସରେ ଆକ୍ରାନ୍ତ କହି ବମ୍ବେ ହାଇକୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ବୋଲି ଜଣାପଡିଛି।

ମାର୍ଚ୍ଚ ୧୬, ୨୦୦୩ରେ ଏହି ଦମ୍ପତି ବିବାହ କରିଥିଲେ। ଛାଡପତ୍ର ପାଇଁ ଆବେଦନ କରିବା ବେଳେ ସ୍ୱାମୀ ଦାବି କରିଥିଲେ ଯେ ବିବାହ ପରେ ତାଙ୍କ ପତ୍ନୀ ଯକ୍ଷ୍ମା ରୋଗରେ ପୀଡିତ ଥିଲେ। ଯେଉଁଥିପାଇଁ ସେ ତାଙ୍କୁ ଚିକିତ୍ସା କରାଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ସ୍ୱାଭାବିକ ନଥିଲେ ଏବଂ ଜିଦଖୋର ରହିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା।

ଆବେଦନକାରୀ ସ୍ବାମୀ କହିଛନ୍ତି, ଡିସେମ୍ବର ୨୦୦୪ରେ ସେ ତାଙ୍କ ପତ୍ନୀଙ୍କୁ ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କୁ ଏଚ୍.ଆଇ.ଭି ପରୀକ୍ଷା କରାଯାଇଥିଲା ଯାହା ପଜିଟିଭ୍ ଥିଲା। ଏହାପରେ ଫେବୃଆରୀ ୨୦୦୫ରେ ପତ୍ନୀ ତାଙ୍କ ବାପ ଘରକୁ ପଳାଇଥିଲେ। ଦୁଇମାସ ପରେ, ଯେତେବେଳେ ସେ ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଯାଇଥିଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ଭଲ ନାହାନ୍ତି ତେଣୁ ସେ ତାଙ୍କୁ ଶାଶୁ ଘରକୁ ଫେରାଇ ଆଣି ପାରିବେ ନାହିଁ। ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ଜଣେ ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀ ଏଚ.ଆଇ.ଭି. ଏହି କାରଣରୁ ସେ ତାଙ୍କ ବିବାହ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହାପରେ ତାଙ୍କ ପତ୍ନୀ ସ୍ବାମୀଙ୍କ ଆବେଦନକୁ ଚ୍ୟାଲେଞ୍ଜ କରିଥିଲେ। ଏବଂ ତାଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ ତାଙ୍କ ଏଚ୍ଆଇଭି ରିପୋର୍ଟ ‘ନଟ୍ ଡିଟେକ୍ଟ’ ରହିଛି । ଯାହାର ଅର୍ଥ ସେ ନେଗେଟିଭ୍। ତାଙ୍କ ସ୍ୱାମୀ ସମସ୍ତଙ୍କୁ କହୁଥିଲେ। ଏଚଆଇଭି ସଂକ୍ରମିତ କହି ତାଙ୍କ ସ୍ବାମୀ ଗୁଜବ ପ୍ରଚାର କରି ମାନସିକ ଯନ୍ତ୍ରଣା ଦେଇଛନ୍ତି। ଏହାଦ୍ବାରା ତାଙ୍କ ସାମାଜିକ ଜୀବନ ନଷ୍ଟ ହୋଇଯାଇଛି। ତେଣୁ ସେ ଘରୋଇ ହିଂସା ଅଧିନିୟମ ଅନୁଯାୟୀ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ତାଙ୍କୁ ରହିବାକୁ ପୁଣେରେ ୧ ବିଏଚକେ ଫ୍ଲାଟ ପାଇଁ ଦାବି କରିଥିଲେ। ଜଷ୍ଟିସ୍ ନୀତିନ ଜାମଦାର ଏବଂ ଜଷ୍ଟିସ୍ ଶର୍ମିଲା ଦେଶମୁଖଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବ୍ୟକ୍ତି ଜଣକ ତାଙ୍କ ଭୁଲର ଫାଇଦା ଉଠାଇପାରିବେ ନାହିଁ ଏବଂ ତାଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଛନ୍ତି।

Comments are closed.