Latest Odisha News

BREAKING NEWS

ଚୋରି ପାଇଁ ଆସିଥିଲା, କବାଟ ମଝିରେ ଫସି ଜୀବନ ହାରିଲା

ବାରାଣାସୀ: ଚୋରି କରିବା ପାଇଁ ଆସିଥିଲା ଚୋର କିନ୍ତୁ କବାଟ ମଝିରେ ଫସିଲା । ନା ଭିତରକୁ ଆସି ପାରିଲା ନା ବାହାରକୁ ଯାଇପାରିଲା । କବାଟର ଗୋଟିଏ ପଟେ ମୁଣ୍ଡ  ରହିଥିବା ବେଳେ  ଅନ୍ୟ ପଟେ ରହିଗଲା ଶରୀରର ଅବଶିଷ୍ଟାଂଶ । । ବାହାରିବାକୁ ଯେତେ ଚେଷ୍ଟାକଲା ବାହାରି ପାରିଲା ନାହିଁ, ଶେଷରେ ମୃତ୍ୟୁ ମୁଖରେ ପଡିଲା ।

ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାରାଣାସୀ ସାରନାଥ ଥାନା ଅନ୍ତର୍ଗତ ଦାନିୟାଲପୁର ଅଞ୍ଚଳରେ । ଏହି ଅଞ୍ଚଳରେ ରହିଛି ଏକ ପାଓ୍ୱରଲୁମ ସେଣ୍ଟର । ରାତିରେ ଯାବେଦ ନାମକ ଜଣେ ବ୍ୟକ୍ତି ଚୋରି କରିବାକୁ  ପଶିଥିଲେ ।   କଷ୍ଟ କରି ସେଣ୍ଟରର କବାଟରେ ପଶିଗଲେ ସିନା ପରେ ଫସି ଗଲା । ମୁଣ୍ଡ କବାଟର ଗୋଟିଏ ପଟେ ଥିବା ବେଳେ ଶରୀରଟି କବାଟର ଅନ୍ୟ ପଟେ ରହିଯାଇଥିଲା ।

ବହୁ ଚେଷ୍ଟା କରି ମଧ୍ୟ ବାହାରି ପାରି ନ ଥିଲା । ରାତିରେ ସେଠାରେ କେହି ନ ଥିବାରୁ ତାର ଚିତ୍କାର ମଧ୍ୟ କେହି ଶୁଣି ପାରି ନ ଥିଲେ । ଶେଷରେ ଛଟପଟ ହୋଇ ଚୋରର ମୃତ୍ୟୁ ହୋଇଛି । ପାଓ୍ୱାରଲୁମ ସେଣ୍ଟରର ମାଲିକଙ୍କ କହିବାନୁସାରେ କାମ ନମିଳିବାରୁ ସେଣ୍ଟରଟି ଦୁଇ ଦିନ ହେଲା ବନ୍ଦ ଥିଲା ।

ଯାବେଦଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଚୋରି ଅଭିଯୋଗ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଶବ ବାହାର କରିଛି ଏବଂ ପରେ ସଂପର୍କୀୟଙ୍କୁ ଜଣାଇବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.