Latest Odisha News

ରାଗିଂରୁ ବଞ୍ଚିବା ପାଇଁ ୨ ମହଲା ତଳକୁ ଡେଇଁ ଛାତ୍ର ଗୁରୁତର

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ରାଗିଂ ଅଭିଯୋଗ । ରାଗିଂରୁ ବଞ୍ଚିବା ପାଇଁ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ । ଭୟରେ ୨ ମହଲା ତଳକୁ ଡେଇଁପଡ଼ିଲେ ଛାତ୍ର । ତେବେ ଏଭଳି ଘଟଣା ଆସାମର ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରେ ଘଟିଛି । ଏହି ଘଟଣାକୁ ନେଇ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା  । ଛାତ୍ରମାନେ ଆନ୍ଦାଳନକୁ ଓହ୍ଲାଇଥିଲେ ।

ପୋଲିସ କହିବା ଅନୁଯାୟୀ, ଏମାନେ ସମସ୍ତେ ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ର  । ତେବେ ଜୁନିୟର ଆନନ୍ଦ ଶର୍ମାଙ୍କୁ ତାଙ୍କ ସିନିୟର ମାନେ ରାଗିଂ କରୁଥିଲେ । ଏହି ରାଗିଂକୁ ଭୟ କରି ସେ ପିଏନଜିବି ହଷ୍ଟେଲ ବିଲଡିଂର ତଳକୁ ଡେଇଁ ପଡ଼ିଥିଲେ । ଘଟଣାସ୍ଥଳରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରାଗିଂରେ ସାମିଲ ଥିବା ୧୮ ଜଣ ଶିକ୍ଷାର୍ଥୀଙ୍କୁ ବିତାଡ଼ିତ କରିଛନ୍ତି ।

ଏହି ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ପିଲାମାନଙ୍କୁ ରାଗିଂରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ପୋଲିସ ମାମଲା ରୁଜୁ କରି ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଙ୍କୁ ଗିରଫ କରିଛି  । ଗିରଫ ଅଭିଯୁକ୍ତମାନେ ହେଲେ  ପ୍ରଣଜିତ ବାରୁହ, ନିରଞ୍ଜନ ଠାକୁର ଓ ସିମାନ୍ତ ହାଜାରିକା  । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାହୁଲ ଛେତ୍ରୀ ଏବେବି ଫେରାର ଅଛନ୍ତି ।

 

 

Leave A Reply

Your email address will not be published.