Latest Odisha News

BREAKING NEWS

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ସାଂସଦ, ପଦ୍ମପୁରରେ ବିଜେପିକୁ ମିଳିବ କି ଫାଇଦା ?

ବରଗଡ଼: ପ୍ରଚାରରେ କମ୍ପୁଛି ପଦ୍ମପୁର । ବିଜେଡି, ବିଜେପିର ପ୍ରଚାର ଆଖି ଦୃଶିଆ ଥିବା ବେଳେ ପଛରେ ପଡ଼ିଛି କଂଗ୍ରେସ । ଭୋଟ ଗ୍ରହଣର ଠିକ୍ ୩ ଦିନ ପୂର୍ବରୁ ବରଗଡ଼ର ପୂର୍ବତନ କଂଗ୍ରେସ ସାଂସଦ ସଞ୍ଜୟ ଭୋଇ ବିଜେପିରେ ସାମିଲ୍ ହୋଇଛନ୍ତି । ଯାହା ଭାରତୀୟ ଜନତା ପାର୍ଟିକୁ ବଳ ଦେଇଛି ।

ଆଜି ପଦ୍ମପୁରର ପୁରୋହିତ କଲ୍ୟାଣ ମଣ୍ଡପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସୁରେଶ ପୂଜାରୀ, କେଭି ସିଂହ ଦେଓ ଏବଂ ଜୟନାରାୟଣ ମହାନ୍ତିଙ୍କ ଉପସ୍ଥିତିରେ ସଞ୍ଜୟ ଦଳରେ ସାମିଲ୍ ହୋଇଛନ୍ତି ।

ବିଜେପିରେ ମିଶିବା ପରେ ସଞ୍ଜୟ ଭୋଇ କହିଛନ୍ତି, କଂଗ୍ରେସ ଦଳରେ ଥାଇ ଲୋକଙ୍କ ସେବା ପାଇଁ ସୁଯୋଗ ମିଳୁ ନଥିଲା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ସାମିଲ୍ ହୋଇଥିବା କହିଛନ୍ତି ।

୨୦୦୯ରେ କଂଗ୍ରେସ ଟିକେଟରେ ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ସଞ୍ଜୟଙ୍କ ଠାରୁ ହାରିଥିଲେ ବିଜେପିର ରାଧାରାଣୀ ପଣ୍ଡା । ୨୦୧୪ରେ ସେ ପ୍ରତିଦ୍ୱନ୍ଦୀତା କରି ତୃତୀୟ ସ୍ଥାନରେ ରହିଥିଲେ ।

୪ ଥରର ସାଂସଦ ଦିବଙ୍ଗତ କୃପାସିନ୍ଧୁ ଭୋଇଙ୍କ ପୁଅ ହେଉଛନ୍ତି ସଞ୍ଜୟ । ସେ କୁଲତା ସମାଜର । ସଞ୍ଜୟ ବିଜେପିରେ ସାମିଲ୍ ହେବା ପରେ କୁଲତା ଭୋଟ୍ ପ୍ରଦୀପ ପୁରୋହିତଙ୍କୁ ମିଳିବା ଆଶା କରାଯାଉଛି । ଆସନ୍ତା ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ।

Leave A Reply

Your email address will not be published.