Latest Odisha News

BREAKING NEWS

ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ:  ହଜିଗଲା ମଲାଜହ୍ନ। ଅଫେରା ରାଇଜକୁ ଚାଲିଗଲେ ଅମଡ଼ା ବାଟର ଅଭିନେତ୍ରୀ । ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ହୋଇଛି । ବିଳମ୍ୱିତ ରାତିରେ  କଟକସ୍ଥିତ ବାସଭବନରେ ଝରଣା ଦାସଙ୍କ ଦେହାନ୍ତ ହୋଇଛି ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ଅମଡ଼ା ବାଟ, ଅଦିନ ମେଘରେ କରିଥିଲେ ସୁନ୍ଦର ଅଭିନୟ । ଫିଲ୍ମ, ରେଡ଼ିଓ, ଟେଲିସିରିଏଲ୍ ରେ ତାଙ୍କ ସ୍ୱରର ଯାଦୁ ମତୁଆଲା କରେ ।

୬୦ଦଶକର ଜଣାଶୁଣା ଅଭିନେତ୍ରୀ ଥିଲେ ଝରଣା । ୧୯୪୫ରେ ତାଙ୍କର ଜନ୍ମ । ନାରୀ, ଶ୍ରୀଜଗନ୍ନାଥ ଓ ହୀରା ନୀଳାରେ ତାଙ୍କର ଅଭିନୟ ସମସ୍ତଙ୍କୁ ମତୁଆଲା କରିଥିଲା । ଖ୍ରୀଷ୍ଟିଆନ ପରିବାରରେ ତାଙ୍କର ଜନ୍ମ । ଶିଶୁ କଳାକାର ଭାବେ ସେ ଅଭିନୟ କରିଥିଲେ ।

ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ନିକଟରୁ ସେ ନୃତ୍ୟ ଶିକ୍ଷା କରିଥିଲେ ।୨୦୧୬ରେ ସେ ଗୁରୁ କେଳୁଚରଣ ମହାପାତ୍ର ନୃତ୍ୟ ପରୁସ୍କାର ସେ ଲାଭ କରିଥିଲେ । ଦୂରଦର୍ଶନରେ ସେ ଆସିଷ୍ଟାଣ୍ଟ ଷ୍ଟେସନ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ ।

ବିଳମ୍ୱିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ମୃତ୍ୟୁବେଳକୁ ୮୨ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ସାରା ଓଲିଉଡ୍ ମର୍ମାହତ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କ ପାର୍ଥୀବ ଶରୀର ତାଙ୍କ ବାସଭବନରେ ରହିଛି । ବହୁ କଳାକାର ଓ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରୁଛନ୍ତି ।

Leave A Reply

Your email address will not be published.