Latest Odisha News

“ରାଜ୍ୟପାଳ ପଦ ପାଇଁ ମାନଦଣ୍ଡ ନିର୍ଦ୍ଧାରଣ ହେବା ଆବଶ୍ୟକ”

ମୁମ୍ବାଇ: ଉଦ୍ଧବ ବାଲାସାହେବ ଠାକରେ ମୁଖ୍ୟ ଉଦ୍ଧବ ଠାକରେ ଆଜି କହିଛନ୍ତି ଯେ ରାଜ୍ୟପାଳ ପଦ ଚୟନ ପାଇଁ କିଛି ମାନଦଣ୍ଡ ନିର୍ଦ୍ଧାରଣ ହେବା ଆବଶ୍ୟକ।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଛତ୍ରପତି ଶିବାଜୀ ମହାରାଜ ଏବଂ ସମାଜ ସଂସ୍କାରକ ଜ୍ୟୋତିବା ଫୁଲେ ଏବଂ ସାବିତ୍ରୀବାଇ ଫୁଲେଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଅପମାନିତ କରିଛନ୍ତି। ଏବେର ରାଜ୍ୟପାଳ ଏହି ସବୁ ବ୍ୟକ୍ତିଙ୍କ ବିରୋଧରେ ମତାମତ ଦେଇ ବିବାଦୟୀ ହୋଇ ପଡ଼ିଛନ୍ତି।

ଜଣେ ରାଜ୍ୟପାଳ ହେଉଛନ୍ତି ଭାରତର ରାଷ୍ଟ୍ରପତିଙ୍କ ପ୍ରତିନିଧି ଏବଂ ଏଭଳି ପଦବୀରେ କାହାକୁ ନିଯୁକ୍ତି ଦିଆଯାଇପାରିବ ସେ ନେଇ କିଛି ମାନଦଣ୍ଡ ରହିବା ଆବଶ୍ୟକ ବୋଲି ଠାକରେ କହିଛନ୍ତି। ଏଭଳି ନିୟମ ପ୍ରଣୟନ କରିବାକୁ ଦାବି କରୁଛିନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟ ଏବଂ ଏହାର ଆଇକନଙ୍କୁ ଅପମାନିତ କରୁଥିବା ଲୋକଙ୍କ ବିରୋଧରେ ହାତ ମିଳାଇବାକୁ ସାଧାରଣ ଲୋକ ଏବଂ ନାଗରିକଙ୍କୁ ନିବେଦନ କରି କହିଛନ୍ତି, ଆମେ ଆଗାମୀ ଦିନରେ ଏକ କାର୍ଯ୍ୟକ୍ରମ ଘୋଷଣା କରିବୁ।

Comments are closed.