Latest Odisha News

BREAKING NEWS

ଭୋଟ୍ ଦେଉଛି ପଦ୍ମପୁର, ସକାଳ ୭ଟାରୁ ମତଦାନ ଆରମ୍ଭ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସମସ୍ତ ବୁଥ ମାନଙ୍କରେ ସକାଳ ୬ ଟାରୁ ମକ୍ ପୋଲ୍ ହୋଇଥିଲା । ଅପରାହ୍ନ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ । ବର୍ଷା ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ ନମ୍ବର ୧୩ ରେ ମତଦାନ କରିଛନ୍ତି  । ମୋଟ ୩୧୯ଟି ବୁଥରେ ଭୋଟ୍ ଦେଉଛନ୍ତି ଭୋଟର । ପଦ୍ମପୁରରେ ୨ଲକ୍ଷ ୫୭ ହଜାରରୁ ବେଶୀ ଭୋଟର ନିଜ ମନପସନ୍ଦର ପ୍ରାର୍ଥୀ ବାଛିବେ । ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୭୭ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ । ପଦ୍ମପୁର ଆସନ ପାଇଁ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ପଦ୍ମପୁର, ପାଇକମାଳ ଓ ଝାରବନ୍ଦ ବ୍ଲକରେ ୨ ଟି ଲେଖାଏଁ ମୋଟ ୬ଟି ପିଙ୍କ୍ ବୁଥ୍‌ ହୋଇଛି । ମୋଟ ୧୫ଟି ମଡେଲ୍‌ ବୁଥ୍‌ କରାଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା ହୋଇଛି । ୭୪ଟି ବୁଥକୁ  ନକ୍ସଲ ପ୍ରଭାବିତ ଅଞ୍ଚଳରେ ଓ ୭୮ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି ।  ପ୍ରତି ବୁଥରେ ୪ଜଣ ଲେଖାଏଁ ମୋଟ ୧୨୭୬ ପୋଲିଂ ଅଧିକାରୀ ରହିବେ । ୧୨୦ଟି ବୁଥରେ ୱେବ କାଷ୍ଟିଙ୍ଗ ବ୍ୟବସ୍ଥା କରାଯାଇଥିବା ବେଳେ ୬୬ ବୁଥରେ ସିସିଟିଭି ବ୍ୟବସ୍ଥା ହୋଇଛି । ବରଗଡ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୪୫ ମୋବାଇଲ ପାର୍ଟି, ୧୫ ସେକ୍ଟର ପାର୍ଟି, ୪ ସୁପରଭାଇଜର ପାର୍ଟି ବିଭିନ୍ନ ବୁଥ ମାନଙ୍କୁ ଯାଇ ନିରୀକ୍ଷଣ କରିବେ ।  ସେହିପରି ୪ ସିନିୟର ସୁପରଭାଇଜର ପାର୍ଟି ମଧ୍ୟ ବୁଥ ବୁଥ ବୁଲିବେ । ସୁରକ୍ଷା ବ୍ୟବସ୍ଥା ପାଇଁ ୯ ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ସମେତ ୪୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୮ ତାରିଖରେ ଭୋଟ୍ ଗଣତି ହେବ ।

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୨୨ ଗୋଟି ନାକା କରାଯାଇଛି  । ସେଥିମଧ୍ୟରୁ ୧୦ଟି ନାକା ଛତିଶଗଡ ବର୍ଡରରେ ରହିଥିବା ବେଳେ ୧୨ଟି ନାକା ଓଡିଶା ସୀମା ଭିତରେ ରହିଛି ।

Leave A Reply

Your email address will not be published.