Latest Odisha News

BREAKING NEWS

ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ: ସିଇଓ

ଭୁବନେଶ୍ୱର : ପଦ୍ମପୁର ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି । ଭୋଟିଂରେ ସହାୟତା ପାଇଁ ଭଲେଣ୍ଟିଅରଙ୍କୁ ପ୍ରସ୍ତୁତ କରାଯାଇଛି । ପୋଲିଂ ପାର୍ଟିଙ୍କ ଫେରସ୍ତ ପାଇଁ ବ୍ୟବସ୍ଥା ହୋଇଛି । ୪୫ ପୋଲିଂ ମୋବାଇଲ୍ ପାର୍ଟି ହୋଇଛି । ଆଜି ସକାଳେ ସେମାନେ ବୁଥକୁ ଯାଇଛନ୍ତି । ଏଲଡବ୍ଲ୍ୟୁ ଆଫେକ୍ଟେଡ୍ ଅଞ୍ଚଳରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ନାହିଁ କିମ୍ୱା ଇଭିଏମରେ ବି ତ୍ରୁଟି ହୋଇନଥିବା କହିଛନ୍ତି ସିଇଓ ।

ଆଜି ସକାଳ ୭ ଟାରୁ ଆରମ୍ଭ ହୋଇଯାଇଛି ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ସମସ୍ତ ବୁଥ ମାନଙ୍କରେ ସକାଳ ୬ ଟାରୁ ମକ୍ ପୋଲ୍ । ବର୍ଷା ସିଂ ବରିହା ଏକ ନମ୍ବର ୱାର୍ଡ ର ବୁଥ ନମ୍ବର ୧୩ ରେ ମତ ଦାନ କରିଛନ୍ତି  । ୩୧୯ ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ନିଜ ମନ ପସନ୍ଦର ନେତା ବାଛୁଛନ୍ତି ।

Leave A Reply

Your email address will not be published.