Latest Odisha News

BREAKING NEWS

ଓଡ଼ିଆ ଆଇଆରଟିଏସ ଅଧିକାରୀ ପୂର୍ଣ୍ଣେନ୍ଦୁ ମିଶ୍ର ରେଲୱେ ବୋର୍ଡ଼ର ସଦସ୍ୟ (ଟ୍ରାଫିକ୍) ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଟ୍ରାଫିକ ସର୍ଭିସ୍ (ଆଇଆରଟିଏସ)ର ବରିଷ୍ଠ ଓଡ଼ିଆ ଅଧିକାରୀ ପୂର୍ଣ୍ଣେନ୍ଦୁ ମିଶ୍ର ଭାରତୀୟ ରେଲୱେ ବୋର୍ଡ଼ର (ଟ୍ରାଫିକ) ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ।

ଶ୍ରୀ ମିଶ୍ର ବର୍ତ୍ତମାନ ଦକ୍ଷିଣ ପୂର୍ବ ରେଳବାଇ ଅଧିନରେ କୋଲକାତାଠାରେ ଜେନେରାଲ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି ।

ରେଲୱେ ବୋର୍ଡ଼ର ଯୁଗ୍ମ ସଚିବ ଏସ କେ ଅଗ୍ରୱାଲ ତାଙ୍କର ନିର୍ଦ୍ଦେଶାନାମାରେ ଉଲ୍ଲେଖ କରି କହିଛନ୍ତି, “ଦକ୍ଷିଣ ପୂର୍ବ ରେଳବାଇର ଆଇଆରଟିଏସ ଜେନେରାଲ୍ ମ୍ୟାନେଜର ପି ଏସ ମିଶ୍ର ଜଣେ ଦକ୍ଷ ଅଧିକାରୀ, ରେଲୱେ ବୋର୍ଡ଼ର ସଭାପତି ତାଙ୍କ ଦକ୍ଷତାକୁ ସମ୍ମାନ ଦେଇ ରେଲୱେ ବୋର୍ଡ଼ର ସଦସ୍ୟ (ଟ୍ରାଫିକ୍) ଭାବେ ନିଯୁକ୍ତ କରିଛନ୍ତି ।

Comments are closed.