Latest Odisha News

BREAKING NEWS

ବିଜେଡ଼ି ବନାମ ବିଜେଡ଼ି: ବିଧାନସଭାରେ ନିଜ ଦଳର ମନ୍ତ୍ରୀଙ୍କୁ ବର୍ଷିଲେ ବିଧାୟକ !

ଭୁବନେଶ୍ୱର: ବିଧାନସଭାରେ ଗତ ଦୁଇଦିନ ହେଲା ଶାସକ ଦଳର ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ କଥା କଟାକଟି ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଗତକାଲି ପରି ଆଜି ମଧ୍ୟ ବିଜେଡ଼ି ବିଧାୟକ ତଥା ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ମଧ୍ୟରେ ଉଚ୍ଚବାଚ ଦେଖିବାକୁ ମିଳିଥିଲା ।

ଗୃହର ଶୂନ୍ୟକାଳ ବେଳେ ଗତକାଲି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ କୃଷିମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଯେଉଁ ପ୍ରଶ୍ନ ପଚାରିଥିଲେ ତାହା ସମୀଚିନ ନୁହେଁ ବୋଲି କହିଛନ୍ତି । ଆଳୁ ସଂରକ୍ଷଣ ଲାଗି ଓଡ଼ିଶାରେ ଥିବା ଶୀତଳ ଭଣ୍ଡାର ସମ୍ପର୍କରେ ଦେଇଥିବା ସଂଖ୍ୟା ଠିକ୍ ନୁହେଁ ବୋଲି ଦର୍ଶାଇଛନ୍ତି ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ ।

“ମୁଁ କୃଷି ମନ୍ତ୍ରୀ ରହିଥିବା ବେଳେ ଆଳୁ ଚାଷ ରାଜ୍ୟରେ ୧୨,୦୦୦ ହେକ୍ଟରରୁ ବୃଦ୍ଧି ପାଇ ୨୫,୦୦୦ରେ ପହଞ୍ଚିଥିଲା । ଗତକାଲି ମନ୍ତ୍ରୀ କହିଲେ ଯେ, ମୋ ସମୟରେ ଶୀତଳ ଭଣ୍ଡାର ୧୨୮ଟି ରୁ ୮୦ଟି ବନ୍ଦ ହୋଇ ୪୮ଟି କାର୍ଯ୍ୟକ୍ଷମ ରହିଥିଲା । ଅନ୍ୟ ଶୀତଳ ଭଣ୍ଡାର ଗୁଡ଼ିକର ପୁନରୁଦ୍ଧାର ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି । ମାତ୍ର ତାହା ଠିକ୍ କଥା ନୁହେଁ, ବରଂ ମୋ ସମୟରେ । ତେଣୁ ମୋ ସମୟରେ ୧୨୮ଟି ଶୀତଳ ଭଣ୍ଡାର ମଧ୍ୟରୁ ୪୮ଟି କାର୍ଯ୍ୟକ୍ଷମ ରହିଥିଲା । ମୋ କାର୍ଯ୍ୟଦକ୍ଷତା ତଥା କର୍ତ୍ତବ୍ୟନିଷ୍ଠା ପ୍ରତି ଆଦୌ ପ୍ରଶ୍ନ ଉଠାଇବା କଥା ନୁହେଁ ।” ବୋଲି ବିଜେଡ଼ି ବିଧାୟକ ପ୍ରଦୀପ ମହାରଥୀ କହିଥିଲେ ।

ଏପରିକି ପ୍ରଦୀପ ମହାରଥୀ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ମୁଁ କୃଷିମନ୍ତ୍ରୀ ରହିଥିବା ବେଳେ ଆମେ ୪ଥର କୃଷି କର୍ମଣ ପୁରସ୍କାର ପାଇଛୁ ।

“ମନ୍ତ୍ରୀଙ୍କର ମୋ ପ୍ରତି ଆକ୍ଷେପ ଯୋଗୁଁ ମୁଁ ଗତକାଲିଠାରୁ ଆଦୌ ଖାଇନାହିଁ । ମନ୍ତ୍ରୀ ଯଦି ଚାହୁଁଥାଆନ୍ତତି ଯେ, ଏମିତି କହି ମୋ ପାଟି ବନ୍ଦ କରିଦେବେ ତେବେବି ପାରିବେନାହିଁ । ଆପଣ ଏପରି ଭାବୁଛନ୍ତି କି ଯେ, ଗୋଟିଏ ମନ୍ତ୍ରୀପଦ ଖାଲି ପଡ଼ିଛି ବୋଲି ମୁଁ ଚୁପ୍ ରହିଯିବି । ଗତକାଲି ମନ୍ତ୍ରୀ ଯାହା କହିଛନ୍ତି ତାହାକୁ ସେ ପ୍ରତ୍ୟାହାର କରିନିଅନ୍ତୁ ବୋଲି,” ପ୍ରଦୀପ ମହାରଥୀ ବିଧାନସଭାରେ କହିଛନ୍ତି ।

ମନ୍ତ୍ରୀ ଗତକାଲି କହିଥିବା କଥା ପ୍ରତ୍ୟାହାର କରିନିଅନ୍ତୁ ବୋଲି ବାଚସ୍ପତି ମହୋଦୟଙ୍କୁ ଅନୁରୋଧ କରିଥିଲେ ବିଧାୟକ ଶ୍ରୀ ମହାରଥୀ । ବାଚସ୍ପତି ତାଙ୍କ ଉତ୍ତରରେ କହିଥିଲେ ଯେ, ଅର୍ଥମନ୍ତ୍ରୀଙ୍କ କଥା ପରୀକ୍ଷା ନୀରିକ୍ଷା କରିବା ପରେ ସେ ଯାହା କିଛି ନିଷ୍ପତ୍ତି ନେବେ ।

ଗଣମାଧ୍ୟମକୁ ସୂଚନାଦେଇ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, “ମହାରଥୀଙ୍କ ଏହି କଥା ଜଣେ ଅପେରା ପାର୍ଟିର ଡ଼ାଏଲଗ୍ ପରି ଥିଲା । କେହି ତାଙ୍କର ଏପରି କଥାକୁ ଗୁରୁତ୍ୱ ସହ ନେବା କଥା ନୁହେଁ ।”

ପ୍ରମିଳା ମଲ୍ଲିକଙ୍କ ଏପରି ବକ୍ତବ୍ୟର ପ୍ରତିକ୍ରିୟାରେ ମହାରଥୀ କହିଛନ୍ତି, ମୁଁ ତାଙ୍କୁ ମୋର ବଡ଼ ଭଉଣୀ ପରି ଭାବେ । “ମାତ୍ର ମୁଁ ଜାଣିନି, ସେ କେବେଠାରୁ ରାଜନୀତି ଛାଡ଼ି ଜଣେ ଡ଼ାକ୍ତରାଣୀ ହୋଇଯାଇଛନ୍ତି ।”

Leave A Reply

Your email address will not be published.