Latest Odisha News

ଆଇଏମଏଫ୍ ଓ ଓ୍ୱାର୍ଲ୍ଡ ବ୍ୟାଙ୍କର ଚେତାବନୀ: ଆର୍ଥିକ ସଙ୍କଟ ଦୀର୍ଘସ୍ଥାୟୀ ହେବ

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଆହୁରି ଜଟିଳ ହେବ। ଓ୍ୱାର୍ଲ୍ଡ ବ୍ୟାଙ୍କ ଓ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ ବା ଆଇଏମଏଫ୍ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ଏହାର ପ୍ରଭାବ ଦୀର୍ଘବର୍ଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଉଭୟ ଆଶଙ୍କା କରିଛନ୍ତି ।

ଆଇଏମଏଫର ମ୍ୟାନେଜିଂ ଡାଇରେକ୍ଟର କ୍ରିଷ୍ଟାଲିନା ଜର୍ଜିଭିଆ କହିଛନ୍ତି, ଗ୍ଲୋବାଲ ଇକନୋମିକ ଗ୍ରୋଥ ଆହୁରି ମନ୍ଥର ହେବା ନେଇ ସଙ୍କେତ ମିଳିଛି । ଗ୍ଲୋବଲ ଇକୋନୋମିକ ଗ୍ରୋଥରେ ଚୀନର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାର ଅର୍ଥନୀତିର ଅଭିବୃଦ୍ଧିର ମଧ୍ୟ ସଙ୍କେତ ମିଳୁଛି । କୋଭିଡ କଟକଣା କୋହଳ ହେବା ପରେ ଏଠାରେ ଅର୍ଥନୀତି ଗତିଶୀଳ ହୋଇଛି । ଚଳିତବର୍ଷ ଆଇଏମଏଫ୍ ଗ୍ଲୋବାଲ ଇକନୋମିକ ଗ୍ରୋଥ୍ ୩.୨ ଓ ଆସନ୍ତାବର୍ଷ ୨.୭ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରିଛି । ୟୁକ୍ରେନ – ରୁଷିଆ ଯୁଦ୍ଧ ବିଶ୍ୱରେ ଖାଦ୍ୟ ଓ ଶକ୍ତି ଅଭାବ ସୃଷ୍ଟି କରିଛି ବୋଲି ଆଇଏମଏଫ୍ କହିଛି ।

Comments are closed.