Latest Odisha News

ଯୋବ୍ରା ବ୍ୟାରେଜରେ ସନ୍ତରଣ ଶିଖିବାବେଳେ ମହାନଦୀରେ ବୁଡ଼ି ମୃତ

କଟକ: ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପୀର ବଜାରର ସୋହେଲ ଖାନ । ଯୋବ୍ରା ବ୍ୟାରେଜରେ ବୁଡ଼ି ସେ ନିଖୋଜ ଥିଲେ । ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୋବ୍ରା ବ୍ୟାରଜରେ ସନ୍ତରଣ ଶିଖିବା ବେଳେ ଅଘଟଣ ଘଟିଛି । ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ୨୦ରୁ ଅଧିକ ଯୁବକଙ୍କୁ ସନ୍ତରଣ ଶିଖାଯାଉଥିଲା । ସୋହେଲର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିରେ ବୁଡ଼ିଯାଇଥିଲେ । ଅନ୍ୟମାନେ ତାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ ।

ସୋହେଲର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଏସସିବିକୁ ପଠାଯାଇଛି । ସନ୍ତରଣ ପ୍ରଶିକ୍ଷକଙ୍କୁ ପୋଲିସ ଅଟକ ରଖିଛି । ମହାନଦୀରେ ସନ୍ତରଣ ଶିଖାଇବା ପାଇଁ ତାଙ୍କୁ କିଏ ଅନୁମତି ଦେଲା, ସେନେଇ ପଚରାଉଚୁରା କରୁଛି । ସନ୍ତରଣ ଟ୍ରେନିଂ ପାଇଁ ଅନୁମତିକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.