Latest Odisha News

ବୈଜ୍ଞାନିକମାନେ ଖୋଜି ବାହାର କଲେ ସବୁଠାରୁ ଭୟଙ୍କର ଓ ମୂଲ୍ୟବାନ ଗ୍ରହ

ୱାଶିଂଟନ:ବୈଜ୍ଞାନିକମାନେ ମହାକାଶରେ ଏକ ଭୟଙ୍କର ଗ୍ରହ ଖୋଜି ବାହାର କରିଛନ୍ତି । ପୃଥିବୀ ସମକକ୍ଷ ଆକାରର ଏହି ଗ୍ରହର ଉତାପ ଆବଶ୍ୟକତାଠାରୁ ବହୁତ ଅଧିକ । ବୈଜ୍ଞାନିକମାନେ ଏହାର ନାମ ଜନଶନ ଦେଇଛନ୍ତି । ଆମ ସୌରଜଗତ ବାହାରେ ଥିବା ଏହି ଗ୍ରହର ଉତାପ ୨୦୦୦ ଡିଗ୍ରୀ ସେଲସିୟସ । ସେଠାରେ ପାଦ ଦେବା ମାତ୍ରେ ମନୁଷ୍ୟ ଜଳିଯିବ । ଗରମ ଲାଭାର ଏକ ସମୁଦ୍ର ଏହି ଗ୍ରହରେ ବୋହୁଛି କହିଲେ ଭୁଲ ହେବନି । ତେବେ ବୈଜ୍ଞାନିକଙ୍କ ମତରେ ଏଠାରେ ଅନେକ ମୂଲ୍ୟବାନ ରତ୍ନ ରହିଥିବ । କାର୍ବନର ମାତ୍ରା ଅଧିକ ଥିବାରୁ ଏଠାରେ ଅଧିକ ହୀରା ଥିବା ଅନୁମାନ କରୁଛନ୍ତି । ଏହାକୁ କେହି କେହିି ଡାଇମଣ୍ଡ ପ୍ଲାନେଟ ମଧ୍ୟ କହିଥାନ୍ତି । ଏହି ଗ୍ରହରେ ଜୀବସତା ସମ୍ଭବପର ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ଜନଶନ ଗ୍ରହ କୋପରନିକସଠାରୁ ଦୂରରେ ଏକ ଥଣ୍ଡା କକ୍ଷରେ ସୃଷ୍ଟି ହୋଇଥିବ । କାଳକ୍ରମେ ଏହା ଆମର ନିକଟତର ହୋଇଛି । ତେବେ ଏହାର କକ୍ଷପଥ ଭିନ୍ନ ଥିବାରୁ ଏହା ଆମ ସୌରଜଗତ କ୍ଷେତ୍ରରେ ପ୍ରବେଶ କରିପାରି ନାହିଁ । ଏହି ଗ୍ରହକୁ ନେଇ ବୈଜ୍ଞାନିକଙ୍କ ଗବେଷଣା ଜାରୀ ରହିଛି । ପ୍ଳେଟେରନ ଏକ୍ସପ୍ଲୋରେସନ ଇକ୍ୱିପେମେଂଟସର ବ୍ୟବହାର କରାଯାଇ ଏହି ଗ୍ରହକୁ ଖୋଜି ବାହାର କରାଯାଇଛି । ଏହି ଅତ୍ୟାଧୂନିକ ଜ୍ଞାନକୌଶଳ ଆଲୋକଠାରୁ ତୀବ୍ରତାକୁ ସଠିକତା ସହକାରେ ମାପ କରିଥାଏ ।

Comments are closed.