Latest Odisha News

BREAKING NEWS

ଡାକ୍ତର ପ୍ରତାପ ଚନ୍ଦ୍ର ରଥ କାର୍ଡିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ୱର: କାର୍ଡିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଡାକ୍ତର ପ୍ରତାପ ଚନ୍ଦ୍ର ରଥ । ଚେନ୍ନାଇରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଡକ୍ଟର ପି ସି ରଥ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ ହେଉଛି ଭାରତ ଏବଂ ଭାରତ ବାହାରେ ରହୁଥିବା କାର୍ଡିଓଲୋଜିଷ୍ଟ୍ ମାନଙ୍କର ସଂଗଠନ ଏବଂ ଏକ ଜାତୀୟ ସଂସ୍ଥା ।

ଏଥିରେ ୫ ହଜାରରୁ ଅଧିକ ସଦସ୍ୟ ରହିଛନ୍ତି । ସ୍ୱାଧୀନ ଭାରତରେ ପଶ୍ଚିମବଙ୍ଗର ପ୍ରଥମ ମୁଖ୍ୟମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ଡକ୍ଟର ବିଦନ୍ ଶଙ୍କର ରୟଙ୍କ ନେତୃତ୍ୱରେ ୧୯୪୮ ମସିହାରେ କୋଲକାତାରେ କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆ ଗଠନ କରାଯାଇଥିଲା । ସେ CSIର ପ୍ରଥମ ଅଧ୍ୟକ୍ଷ ଥିଲେ | ସୋସାଇଟି ଡିସେମ୍ବର ୨୦୨୩ରେ କୋଲକାତାରେ ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୟନ୍ତୀ ପାଳନ କରିବାକୁ ଯାଉଛି ।

ନବ ନିର୍ବାଚିତ ଅଧ୍ୟକ୍ଷ ଡାକ୍ତର ପ୍ରତାପ ଚନ୍ଦ୍ର ରଥ ଡିସେମ୍ବର ୨୦୨୩ରେ କୋଲକାତାରେ ହେବାକୁ ଥିବା ପ୍ଲାଟିନମ ଜୟନ୍ତୀ ଉତ୍ସବ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଡକ୍ଟର ପି ସି ରଥ ବର୍ତ୍ତମାନ ଆପୋଲୋ ହସ୍ପିଟାଲ, ଜୁବୁଲି ହିଲ୍ସ, ହାଇଦ୍ରାବାଦ ଏବଂ ଭୁବନେଶ୍ୱରର କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ତଥା ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.