Latest Odisha News

କମଲ ହାସନ, ରାଜାମୌଲିଙ୍କ ବୈଠକରେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଚର୍ଚ୍ଚା

ଭୁବନେଶ୍ୱର: ବାବୁସାନ ଅଭୀନିତ ‘ଦମନ୍’ ଏବଂ ନିକଟରେ ରିଲିଜ ହୋଇଛି ପ୍ରତୀକ୍ଷା ଫିଲ୍ମ ବା ଚଳଚ୍ଚିତ୍ର। ଦୁଇଟି ଫିଲ୍ମ ଲୋକଙ୍କ ମନକୁ ଛୁଇଁଛି। ଆଉ ଏହିପରି ଫିଲ୍ମ ଯଦି ଓଲିଉଡରେ ଆସିବ ତାହେଲେ ଆଗାମୀ ଦିନରେ ଓଡ଼ିଆ ସିନେମାରେ ଅନେକ ପରିବର୍ତ୍ତନ ଆସିବ ଅନେକ କଳାକାର ନିଜର ଗୌରବ ଫେରିପାଇପାରିବେ ବୋଲି ଆଶା କରାଯାଉଛି। ଏହାରି ଭିତରେ ଦମନ୍ ଫିଲ୍ମକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଛି। ଦକ୍ଷିଣ ଭାରତର କିମ୍ବଦନ୍ତ୍ରୀ କଳାକାର କମଲ ହାସନ, ଫିଲ୍ମ ନିର୍ମାତା ରାଜାମୌଲି ଏବଂ ଅନ୍ୟ ଜଣେ ମହିଳା ଆଦି ଏକାଠି ବସିଥିବାର ଦେଖିବାକୁ ମିଲିଛି। ଆଉ ଉଭୟ ଦମନ ଫିଲ୍ମର ସଫଳତା ବାବଦରେ ଆଲୋଚନା କରୁଛନ୍ତି। କିନ୍ତୁ କେହି ଫିଲ୍ମଟିର ନାଁକୁ ମନେ ପକାଇ ପାରିନଥିଲେ। ଯାହା ଓଡ଼ିଆଙ୍କୁ ନିରାଶ କରିଛି।

ଓଡ଼ିଆ ସିନେ ତାରକା ମନୋଜ ମିଶ୍ର ଏହି କଥାବାର୍ତ୍ତାର ଏକ ଭିଡିଓର କିଛି ଅଂଶକୁ ସେ ତାଙ୍କ ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ଆଉ କହିଛନ୍ତି, ଖୁସି ଲାଗୁଛି ଏତେ ବଡ ନାମିଦାମୀ କଳାକାର ଓଡ଼ିଆ ଫିଲ୍ମ ବାବଦରେ ଆଲୋଚନା କରୁଛନ୍ତି। ନିଜର ପୂର୍ବ ପ୍ରତିକ୍ରିୟାକୁ ଉଦ୍ଦୃତ କରି ସେ କହିଛନ୍ତି, ଆମ ଫିଲ୍ମ ବି ସାରା ଭାରତରେ ପହଞ୍ଚିବା ଦରକାର। ସେ ଯେତେବେଳେ ଏହି କଥା କହିଥିଲେ ଅନେକ ଉପହାସ କରିଥିଲେ। କିନ୍ତୁ ଦମନ ଫିଲ୍ମର ସଫଳତା କଣ ଆଜି ତାହା କମଲ ହାସନ ଏବଂ ରାଜାମୌଲିଙ୍କ ଆଲୋଚନାରୁ ସ୍ପଷ୍ଟ ହୋଇଛି। ତେଣୁ ଆଗାମୀ ଦିନରେ ଭଲ ଫିଲ୍ମ ମୁଖ୍ୟତଃ ବିଷୟବସ୍ତୁ ଭଲ ରହିଲେ ଓଡ଼ିଆ ଲୋକ ନିଶ୍ଚିତ ଦେଖିବେ ବୋଲି ସେ ଆଶା ରଖିଛନ୍ତି।

ହିନ୍ଦୀ ଫିଲ୍ମରେ ମଧ୍ୟ ଭଲ ଷ୍ଟାରକାଷ୍ଟ ରହୁଛନ୍ତି ହେଲେ ଭଲ ବିଷୟବସ୍ତୁ ନଥିଲେ ଫିଲ୍ମଟି ଆଦୃତ ହୋଇପାରୁନି। ଏପରି ସ୍ଥିତିରେ ଆମେ ସମସ୍ତେ ଭଲ ଫିଲ୍ମ ନିର୍ମାଣ ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ମନୋଜ ମିଶ୍ର କହିଛନ୍ତି।

Comments are closed.