ବ୍ରହ୍ମପୁର:ଶାସନର ବିକେନ୍ଦ୍ରୀକରଣ ଏବଂ ସହରବାସୀଙ୍କ ହାତ ପାହାନ୍ତରେ ବିଭିନ୍ନ ପ୍ରକାର ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ମହାନଗର ନିଗମର ସମସ୍ତ ୪୨ଟି ୱାର୍ଡରେ ୱାର୍ଡ ଅଫିସର କାର୍ଯ୍ୟକ୍ଷମ ହେବ। ପ୍ରଥମ ଥର ପାଇଁ ମହିଳା ସ୍ବାୟଂ ସହାୟିକା ଗୋଷ୍ଠୀ(ଏସଏଚଜି)କୁ ଏହି ଅଫିସରଗୁଡ଼ିକର ଦାୟିତ୍ବ ପ୍ରଦାନ କରାଯିବ। ସେଥିପାଇଁ ଏସଏଚଜିଗୁଡ଼ିକ ପକ୍ଷରୁ ଅଭିବ୍ୟକ୍ତି ପ୍ରକାଶନ(ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ) ଆହ୍ବାନ କରାଯାଇଛି। ଜାନୁୟାରୀ ୨୬ ପୂର୍ବରୁ ସମସ୍ତ ୱାର୍ଡରେ ଏହି ଅଫିସଗୁଡ଼ିକୁ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖାଯାଇଛି।
ମହାନଗର ନିଗମର ଆୟୁକ୍ତ ଜେ.ସୋନାଲଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସହରର ବହୁ ଦୂରଦୂରାନ୍ତରରୁ ଲୋକମାନେ ବିଭିନ୍ନ କାର୍ଯ୍ୟ ପାଇଁ ମହାନଗର ନିଗମ କାର୍ଯ୍ୟାଳୟକୁ ଆସିଥାନ୍ତି। କେବଳ ବ୍ରହ୍ମପୁର ନୁହଁ, ଅନ୍ୟାନ୍ୟ ସହରାଞ୍ଚଳରେ ମଧ୍ୟ ଏହି ସମସ୍ୟା ରହିଛି। ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ୱାର୍ଡରେ ୱାର୍ଡ ଅଫିସ ପ୍ରତିଷ୍ଠା ପାଇଁ ନିର୍ଦେଶ ଦିଆଯାଇଥିଲା। ଏହି କ୍ରମରେ ବ୍ରହ୍ମପୁରର ସମସ୍ତ ୱାର୍ଡରେ ଅଫିସ ପ୍ରତିଷ୍ଠା କରାଯିବ। ଏସଏଚଜିଗୁଡ଼ିକୁ ଆବେଦନ ପାଇଁ ଆହ୍ବାନ କରାଯାଇଛି। ପ୍ରତ୍ୟେକ ଏସଏଚଜିକୁ ଏବାବଦରେ ପ୍ରତିମାସ ୨ ହଜାର ଟଙ୍କା ପ୍ରଦାନ କରାଯିବ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ସଦସ୍ୟାଙ୍କୁ ସଂଯୋଜିକା(କୋର୍ଡିନେଟର) ଭାବେ ଦାୟିତ୍ବ ଦିଆଯିବ ଏବଂ ତାଙ୍କୁ ପ୍ରତିମାସ ୧୦ ହଜାର ଟଙ୍କା ଦିଆଯିବ। ସଂଯୋଜିକା ଜଣକ ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ଜାଣିଥିବା ଆବଶ୍ୟକ। ୱାର୍ଡ ଅଫିସଗୁଡ଼ିକରେ ସ୍ଥାନୀୟ ବାସିନ୍ଦାଙ୍କୁ ଅନେକ ସମସ୍ୟାର ସମାଧାନ କରାଯାଇପାରିବ। ଭତ୍ତା, ଆଧାର କାର୍ଡ ସହ ଅନ୍ୟାନ୍ୟ ସେବା ମିଳିବ। ସମସ୍ତ ପ୍ରକାର ଟିକସ ଦାଖଲ ହୋଇପାରିବ। ଏପରିକି ପରିମଳ ସମସ୍ୟା କିମ୍ବା ଯଦି ୱାର୍ଡର ଅନ୍ୟ କୌଣସି ସମସ୍ୟା ରହିଥାଏ, ସ୍ଥାନୀୟ ବାସିନ୍ଦା ଅଫିସକୁ ଯାଇ ଅଭିଯୋଗ ଦାଖଲ କରିପାରିବେ। କେବଳ ଏତିକି ନୁହଁ, ୱାର୍ଡ ଅଫିସରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଏବଂ ବୈଠକ ମଧ୍ୟ ଆୟୋଜନ ହୋଇପାରିବ। ସ୍ଥାନୀୟ କର୍ପୋରେଟରଙ୍କ ଅଧିନରେ ୱାର୍ଡ ଅଫିସ କାର୍ଯ୍ୟ କରିବେ। ତାଙ୍କ ନିର୍ଦେଶରେ ସମସ୍ତ କାର୍ଯ୍ୟ ହେବ। ଲୋକଙ୍କ ହାତପାହାନ୍ତରେ ସରକାରୀ ସେବା ଯୋଗାଇଦେବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ପୂରଣ ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- Congress’s ‘miracle’ dig at Amit Shah: ଅମିତ ଶାହଙ୍କ ଭାଷଣ ନେଇ କଟାକ୍ଷ କଲା କଂଗ୍ରେସ, କହିଲା, ‘୯୦ ମିନିଟରେ…ଚମତ୍କାର…’
- ଯାଜପୁର ପୋଲିସ୍ ଦ୍ୱାରା “ଇ-ମିତ୍ର” ଚାଟ୍ବୋଟ୍ର ଶୁଭାରମ୍ଭ
- ସେପ୍ଟିକ ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
- ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ୍
- ୨୩ଟି ଦେଶରେ ବ୍ୟାପିଛି କରୋନା ଭାଇରସର ନୂଆ ଭାରିଆଣ୍ଟ, ଭାରତ ଉପରେ ଏହାର ପ୍ରଭାବ ରହିଛି କି?
- Stampede at Bihar’s Temple: ନାଳନ୍ଦାର ଶୀତଳା ମନ୍ଦିରରେ ଦଳାଚକଟା, ଚାଲିଗଲା ୮ ଜୀବନ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
- Sonia Gandhi Discharged From Hospital: ସୁସ୍ଥ ହୋଇ ଘରକୁ ଫେରିଲେ ସୋନିଆ ଗାନ୍ଧୀ
- Health Minister Accuses Opposition: ନିଜ ଜିଦରେ ଅଟଳ ବିରୋଧୀ…ବର୍ଷିଲେ ସ୍ୱାସ୍ଥ୍ୟମନ୍ତ୍ରୀ…ଆଜି ବି ଅଚଳାବସ୍ଥା…
- Odisha Weather Alert: ଆହୁରି ୪ ଦିନ କାଳବୈଶାଖୀ ବର୍ଷା, ୫୦ କିମି/ଘଣ୍ଟା ବେଗରେ ବହିବ ପବନ
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
Comments are closed.