Latest Odisha News

BREAKING NEWS

ଜେଡିୟୁ-ଆରଜେଡି ମଧ୍ୟରେ ମିଶ୍ରଣ ହେବ କି?

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଅର୍ଥାତ୍ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ 2025 ବିଧାନସଭା ନିର୍ବାଚନ ଲଢିବ। ଏହାପରେ ଜେଡିୟୁ ଓ  ଆରଜେଡିର ମିଶ୍ରଣକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ ଏ ନେଇ ଜେଡିୟୁ ସଂସଦୀୟ ବୋର୍ଡ ସଭାପତି ଉପେନ୍ଦ୍ର କୁଶୱା କହିଛନ୍ତି ଯେ ଆରଜେଡି ଏବଂ ଜେଡିୟୁ କିପରି ମିଶ୍ରଣ ହୋଇପାରିବ ଲୋକମାନେ ଭାବିବା ଉଚିତ୍।

ଉପେନ୍ଦ୍ର କୁଶୱାହା ମିଶ୍ରଣର କଳ୍ପନାକୁ ଖଣ୍ଡନ କରି କହିଛନ୍ତି ଯେ ମିଶ୍ରଣ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଜେଡିୟୁର ମିଶ୍ରଣ ଆତ୍ମଘାତୀ ହେବ। କେହି ନିଜ ପାଇଁ ଆତ୍ମଘାତୀ ପଦକ୍ଷେପ ନିଅନ୍ତି କି? ଏଥିରେ କୌଣସି ସତ୍ୟତା ନାହିଁ। କୌଣସି ମିଶ୍ରଣ ହେବ ନାହିଁ।

ଉପେନ୍ଦ୍ର କୁଶୱା କହିଛନ୍ତି ଯେ ଆରଜେଡି ସହିତ ମିଶ୍ରଣ ପରେ ଜେଡିୟୁର ଅସ୍ତିତ୍ୱ ଶେଷ ହୋଇଯିବ। ଜେଡିୟୁ କେବଳ ଗରିବଙ୍କ ପାଇଁ ଜନ୍ମ ହୋଇଥିଲା। ସେ କହିଛନ୍ତି ଯେ ବର୍ତ୍ତମାନ 2024 ଲୋକସଭା ନିର୍ବାଚନରେ ​​ଜେଡିୟୁର ସମ୍ପୂର୍ଣ୍ଣ ଧ୍ୟାନ ରହିଛି। ନୀତିଶ କୁମାରଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନ ଲଢାଯିବ। ସେଥିପାଇଁ ବର୍ତ୍ତମାନ ବିଧାନସଭା ନିର୍ବାଚନ ନୁହେଁ 2024 ଲୋକସଭା ନିର୍ବାଚନ ବିଷୟରେ ଆଲୋଚନା ହେବା ଉଚିତ୍।

ଉଲ୍ଲେଖନୀୟ କଥା ହେଉଛି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ 2025 ବିଧାନସଭା ନିର୍ବାଚନ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମହାମେଣ୍ଟ ନିର୍ବାଚନ ଲଢିବ। ଏବଂ ଏହା ପରେ ତେଜସ୍ୱୀ ମଧ୍ୟ ବିହାରର ମୁଖ୍ୟମନ୍ତ୍ରୀ ହେବେ। ନୀତିଶ କିନ୍ତୁ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହାନ୍ତି।

Comments are closed.