ବ୍ରହ୍ମପୁର: ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍ଘାଟିତ କୋଠାକୁ ଗୋଟିଏ ବର୍ଷ ପୂରିଲା। ଅଥଚ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଗଞ୍ଜାମ ସ୍ବାସ୍ଥ୍ୟ ପ୍ରଶାସନର ଏଭଳି ଅପରାଗତା ଯୋଗୁ ଗୋଟିଏ ପଟେ ରୋଗୀମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ବେଳେ ଅନ୍ୟପଟେ ବ୍ୟବହାର ନ ହୋଇ ନୂତନ କୋଠା ନଷ୍ଟ ହେବାରେ ଲାଗିଛି। ଅନେକ ଅଂଶ ଭାଙ୍ଗି ଗଲାଣି। କୋଠାକୁ କାର୍ଯ୍ୟକ୍ଷମ କରିବା ପାଇଁ ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁ ନାହିଁ।
ବ୍ରହ୍ମପୁର ସିଟି ହସ୍ପିଟାଲ୍ର କୋଠା ପୂରୁଣା ହୋଇଯାଇଥିବା ଯୋଗୁ ସେଠାରେ ସମସ୍ତ ୱାର୍ଡ କାର୍ଯ୍ୟକ୍ଷମ ସମ୍ଭବ ହେଉନଥିଲା। ଏଣୁ ନୂତନ କୋଠା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା। ହସପିଟାଲ୍ ପରିସରରେ ନୂତନ ଭାବେ କୋଠା ନିର୍ମାଣ ହୋଇଥିଲା। ନୂତନ ଭାବେ ନିର୍ମିତ କୋଠାରେ ୧୬୩ଟି ଶଯ୍ୟା ସହିତ ଟ୍ରମା କେୟାର ସେଣ୍ଟର ଓ ୧୦ଟି ଆଇସିୟୁ ଶଯ୍ୟା ରହିଛି। ୬ ମହଲା ବିଶିଷ୍ଟ ଏହି କୋଠାରେ ୨ଟି ଅେସ୍ତ୍ରାପଚାର ଗୃହ ରହିଥିବା ବେଳେ ପ୍ରଶାସନିକ କାର୍ଯ୍ୟ ପାଇଁ ମଧ୍ୟ ସ୍ବତନ୍ତ୍ର କୋଠାରୀ ନିର୍ମିତ ହୋଇଛି। ଗତ ୨୦୨୧ ମସିହା ଡିସେମ୍ବର ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କୋଠାକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନକୁ ଠିକ୍ ଗୋଟିଏ ବର୍ଷ ପୂରି ଯାଇଥିଲେ ମଧ୍ୟ କୋଠାକୁ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ। ଲକ୍ଷ୍ୟ ଥିଲା, କୋଠାଟି ସମ୍ପୂର୍ଣ୍ଣ ହେବା ପରେ ବିଭିନ୍ନ ବିଭାଗରେ ପଡ଼ିଥିବା ଶଯ୍ୟା ସହ ଅନ୍ୟାନ୍ୟ ସାମଗ୍ରୀ ସେଠାକୁ ସ୍ଥାନାନ୍ତର କରାଯିବ। ପ୍ରାୟ କୋଟିଏ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟରେ ଲାଗି ପାରିବ।
ହେଲେ ଏହି ଲକ୍ଷ୍ୟ ବର୍ତ୍ତମାନ ପୂରଣ ହୋଇପାରୁ ନାହିଁ। ଗତ କିଛି ମାସ ପୂର୍ବେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ଉମାଶଙ୍କର ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ କୋଠାକୁ ପରିଦର୍ଶନ କରିଥିଲେ। କୋଠା ପାଇଁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ନିକଟରେ ସରକାରଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏବୁ ସତ୍ତ୍ବେ କୋଠାକୁ କାର୍ଯ୍ୟକ୍ଷମ କରାଯାଇ ପାରୁନାହିଁ। ଗତ ଦିନ ପୂର୍ବେ ଜିଲାପାଳ ପରିଡ଼ାଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ଏନେଇ ଆଲୋଚନା କରାଯାଇଥିଲା। ନଭେମ୍ବର ଭିତରେ କୋଠାକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏବେ ନଭେମ୍ବର ଯାଇ ଡିସେମ୍ବର ହୋଇଗଲାଣି, ହେଲେ ଏଦିଗରେ ଆଉ କୋଣସି କାର୍ଯ୍ୟକ୍ଷମ ଗ୍ରହଣ କରାଯାଇ ନାହିଁ। ଅନ୍ୟପଟେ ବ୍ୟବହାର ନ ହେବା ଯୋଗୁ କୋଠାଟି ନଷ୍ଟ ହେବାକୁ ଲାଗିଲାଣି। ଚାରିପାଖ ଆବର୍ଜନମୟ ହୋଇଗଲାଣି।
ଏନେଇ ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଉମା ଶଙ୍କର ମିଶ୍ର କହିଛନ୍ତି ଯେ, କେତେକ ଆନୁସାଙ୍ଗିକ ସୁବିଧା ନଥିବା ଯୋଗୁ କାମ ଚାଲିଥିଲା। ବିଦ୍ୟୁତ୍, ଲିଫଟ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ କାମ ଶେଷ ହୋଇଯାଇଛି। ଖୁବ୍ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- ୫୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ସବୁଜିମାରେ ଖେଳାଯାଉଛି ଫ୍ରେଂଚ ଓପନ
- ଡିଫଲ୍ଟର ଓମଫେଡ ଡିଲରଙ୍କୁ ଆଉ ତ୍ରାହି ନାହିଁ, ୭ ଦିନରେ ବକେୟା ନଦେଲେ ରଦ୍ଦ ହେବ ଲାଇସେନ୍ସ…
- ଦିଲ୍ଲୀ ବିମାନବନ୍ଦରରେ ‘SKYCAST’ ହାଇ-ଟେକ୍ ସିଷ୍ଟମ୍ ସ୍ଥାପନ, ଏହି ସୁବିଧା ବିଶ୍ୱର କିଛି ବିମାନବନ୍ଦରରେ ଉପଲବ୍ଧ, କ’ଣ ଏହାର ବିଶେଷତ୍ତ୍ବ
- ମୁମ୍ବାଇ ଇଣ୍ଡିଆନ୍ସ ଛାଡିବେ ହାର୍ଦ୍ଦିକ, ଅଧିନାୟକ ପଦରୁ ଓହରିଲେ ପନ୍ତ
- ନେପାଳ ପାଇଁ ଭାରତ ବଢାଇଲା ସହାୟତାର ହାତ, ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ କରିବାକୁ ଯାଉଛି ଏହି କାମ…
- ୨ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ: ହାଇକୋର୍ଟ
- ଆଇପିଏଲ ମ୍ୟାଚ ସମୟରେ ସ୍ମାର୍ଟ ଗ୍ଲାସ ଉପରେ କଟକଣା
- ପଟରିରେ ପ୍ରସ୍ତୁତ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍
- SC permits Vinesh Phogat: ଭିନେଶ ଫୋଗାଟଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ଏବେ ଏସୀୟ କ୍ରୀଡା ଟ୍ରାଏଲ୍ସରେ ହୋଇପାରିବେ ସାମିଲ୍…
- NEET ପ୍ରଶ୍ନପତ୍ର ଲିକ୍, NTAକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ, ‘UPSC ଠାରୁ ଶିଖ…’
Comments are closed.