Latest Odisha News

BREAKING NEWS

ଚୀନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, ଆମ ସରକାର ଏହାକୁ ଗ୍ରହଣ କରୁନାହାନ୍ତି-ରାହୁଲ ଗାନ୍ଧି

ଜୟପୁର:ଚୀନ ଯୁଦ୍ଧ ପାଇଁ ସଜବାଜ ହେଉଛି । ହେଲେ ଭାରତ ସରକାର ଏହା ମାନିବାକୁ ପ୍ରସ୍ତୁତ ନାହାନ୍ତି  । ବେଜିଂ ଯୁଦ୍ଧ ପ୍ରସ୍ତୁତି କରୁଥିବାବେଳେ  ମୋଦି ପ୍ରଶାସନ ଶୋଇଛି ବୋଲି କହିଚନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି  । ସୀମାରେ ଭାରତ-ଚୀନ ସମ୍ପର୍କକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ସାଂସଦ ରାହୁଲ ଗାନ୍ଧି ଶୁକ୍ରବାର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଭାରତଯୋଡୋ ଯାତ୍ରାରେ ଯାଇଥିବା ରାହୁଲ ରାଜସ୍ଥାନର ଜୟପୁରେ କହିଛନ୍ତି, ଚୀନ ଆମ ମାଟି ଆମଠୁ ଛଡେଇ ନେଲାଣି । ସେମାନେ ଆମ ସେନା ଉପରେ ଆକ୍ରମଣ କରୁଛନ୍ତି । ଚୀନର ଏ ଧମକ ପୁରା ସ୍ପଷ୍ଟ । ଚାଇନା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଲଦାଖ ଏବଂ ଅରୁଣାଚଳ ଉପରେ ଚାଇନା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ତାଙ୍କର ଅସ୍ତ୍ରଶସ୍ତ୍ରକୁ ଦେଖନ୍ତୁ । ଏଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେଣି । ହେଲେ ଆମ ସରକାର ଏହାକୁ ଗ୍ରହଣ କରୁନାହାନ୍ତି । ଆମ ସରକାର ଘଟଣା ଉପରେ କାମ କରୁଛି କିନ୍ତୁ ରଣନୀତି ପ୍ରସ୍ତୁତ କରୁନି  ବୋଲି କହିଚନ୍ତି ରାହୁଲ ।

ରାହୁଲ ଆହୁରି କହିଚନ୍ତି ଚାଇନାର ଧମକ ସ୍ପଷ୍ଟ ହୋଇଥିବାବେଳେ ଆମର ସରକାର ଏହାକୁ ଅଣଦେଖା କରୁଛନ୍ତି ଏବଂ ଶୋଇ ରହିଛନ୍ତି ବୋଲି ରାହୁଲ କଟାକ୍ଷ କରିଛନ୍ତି ।କଂଗ୍ରେସ ନେତା ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ତାଙ୍କ ମତାମତରୁ ଜଣାପଡୁଛି, ଚାଇନା ସମ୍ପର୍କିତ ଜ୍ଞାନକୁ ସେ ପ୍ରସାରିତ କରିବା ଦରକା ବୋଲି ରାହୁଲ କଟାକ୍ଷ କରିଛନ୍ତି ।

Leave A Reply

Your email address will not be published.