ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଏବଂ ବିଧବା ସହିତ ଅନ୍ୟାନ୍ୟ ଭତ୍ତା ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା ପକ୍ଷରୁ ଭତ୍ତା ବଣ୍ଟନ ଦିଗରେ ନାନା ଅବହେଳା ଯୋଗୁ ହିତାଧିକାରୀମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଭତ୍ତା ନେବା ପାଇଁ ଦୁଇ ଦିନ ହେଲା ଜଗି ଜଗି ଶେଷରେ ନିରାଶ ହୋଇ ଫେରୁଛନ୍ତି। ବ୍ରହ୍ମପୁର ସହରରେ ଗତ ଦୁଇ ଦିନ ହେଲା ଏଭଳି ଅବ୍ୟବସ୍ଥା ଦେଖାଦେଇଥିବା ବେଳେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ମହାନଗର ନିଗମ ପକ୍ଷରୁ କେଉଁ ତାରିଖରେ, କେଉଁ ୱାର୍ଡରେ ଭତ୍ତା ପ୍ରଦାନ କରାଯିବ, ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ୱାର୍ଡ ଅନୁଯାୟୀ ତାରିଖ ପ୍ରଦାନ କରାଯାଇଥାଏ। ତେବେ ମହାନଗର ନିଗମ ପ୍ରତ୍ୟେକ୍ଷ ଭାବେ ଭତ୍ତା ବଣ୍ଟନ କରୁନାହିଁ। ଏଥିପାଇଁ ସରକାରଙ୍କ ତରଫରୁ ଏକ ଘରୋଇ ବ୍ୟାଙ୍କକୁ ଦାୟିତ୍ବ ଦିଆଯାଇଛି। ନିର୍ଦ୍ଧିଷ୍ଟ ଘରୋଇ ବ୍ୟାଙ୍କ ପୁଣି ଆଉ ସଂସ୍ଥାକୁ ଭତ୍ତା ବଣ୍ଟନ କାର୍ଯ୍ୟ ଆଉଟ୍ସୋର୍ସ କରିଦେଇଛନ୍ତି। ସଂପୃକ୍ତ ସଂସ୍ଥାର କର୍ମଚାରୀମାନେ ୱାର୍ଡକୁ ଯାଇ ଭତ୍ତା ବଣ୍ଟନ କରିଥାନ୍ତି। କିନ୍ତୁ ଉଭୟ ବ୍ୟାଙ୍କ ଏବଂ ଘରୋଇ ସଂସ୍ଥା ତରଫରୁ ଭତ୍ତା ବଣ୍ଟନରେ ପ୍ରଦାନରେ ଅବହେଳା କରୁଛନ୍ତି। ଶୁକ୍ରବାର ୱାର୍ଡ ନମ୍ବର ୧ ରୁ ୱାର୍ଡ ନମ୍ବର ୪ ପର୍ଯ୍ୟନ୍ତ ଭତ୍ତା ବଣ୍ଟନ ହେବାକୁ ଥିଲା। ହିତାଧିକାରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଯାଇଥିଲେ। କିନ୍ତୁ ସଂପୃକ୍ତ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଦେଖା ମିଳିନଥିଲା। ସକାଳ ୧୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହିତାଧିକାରୀମାନେ ଜଗି ଜଗି ନିରାଶରେ ଘରକୁ ଫେରିଥିଲେ। ତେବେ ଭତ୍ତା ବଣ୍ଟନ ହେବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲା। ସେହିଭଳି ଶନିବାର ୱାର୍ଡ ନମ୍ବର ୫ ରୁ ୱାର୍ଡ ନମ୍ବର ୮ ପର୍ଯ୍ୟନ୍ତ ଭତ୍ତା ବଣ୍ଟନ ପାଇଁ ତାରିଖ ସ୍ଥିର ହୋଇଥିଲା। ଦ୍ବିତୀୟ ଦିନରେ ମଧ୍ୟ ଘରୋଇ ସଂସ୍ଥାର କର୍ମଚାରୀମାନେ ଆସିନଥିଲେ। କେବଳ ଏହି ୪ଟି ୱାର୍ଡ ନୁହଁ, ବରଂ ଶୁକ୍ରବାର ମଧ୍ୟ ଯେଉଁ ୱାର୍ଡର ହିତାଧିକାରୀମାନେ ଭତ୍ତା ପାଇନଥିଲେ, ସେମାନେ ମଧ୍ୟ ନିର୍ଦ୍ଧାରିତ ସ୍ଥାନରେ ଯାଇ ଅପେକ୍ଷା କରିଥିଲେ। ଅର୍ଥାତ ୮ଟି ୱାର୍ଡର ହିତାଧିକାରୀମାନେ ଭତ୍ତା ଆଶାରେ ଚାହିଁ ରହିଥିଲେ ମଧ୍ୟ କାହାରି ଦେଖା ମିଳିନଥିଲା। ଅନ୍ୟପଟେ ଗୋଷ୍ଠୀ ସଂଯୋଜିକା(ସିଓ)ମାନେ ବଣ୍ଟନ ବ୍ୟବସ୍ଥାର ତଦାରଖ କରିବା କଥା। ହିତାଧିକାରୀଙ୍କୁ ସଠିକ ସୂଚନା ଦେବା କଥା। ହେଲେ ସ୍ବଚ୍ଛ ସାଥୀଙ୍କ ଉପରେ ଦାୟିତ୍ବ ଲଦିଦେଇଥିଲେ। ଫଳରେ ହିତାଧିକାରୀମାନେ ନା’ ଘରୋଇ ସଂସ୍ଥା ତରଫରୁ ନା’ ମହାନଗର ନିଗମ ତରଫରୁ, ଭତ୍ତା ବଣ୍ଟନ ନେଇ କୌଣସି ସ୍ପଷ୍ଟ ସୂଚନା ପାଇପାରିନଥିଲେ। ୫ ନମ୍ବର ୱାର୍ଡର କର୍ପୋରେଟର ପଦ୍ମିନୀ ମିଶ୍ର କେତେକ ହିତାଧିକାରୀଙ୍କୁ ନେଇ ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇଥିଲେ। ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନେଇଥିଲେ। ତେବେ ଅପରାହ୍ନରେ ଘରୋଇ ସଂସ୍ଥା ପକ୍ଷରୁ ଅଳ୍ପ କେତେକ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିବା ସୂଚନା ମିଳିଛି। ଆସନ୍ତା ୧୯ରୁ ୨୮ତାରିଖ ପର୍ଯ୍ୟନ୍ତ ସହରର ଅନ୍ୟାନ୍ୟ ୱାର୍ଡରେ ଭତ୍ତା ବଣ୍ଟନ କରାଯିବାକୁ ତାରିଖ ସ୍ଥିର ହୋଇଥିବା ବେଳେ ବଣ୍ଟନର ସୁବ୍ୟବସ୍ଥା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନା ଯୋଗ୍ୟ ଯେ, ଏଭଳି ଅବ୍ୟବସ୍ଥାର ଏହା ପ୍ରଥମ ଘଟଣା ନୁହଁ। ବିଗତ ଦିନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଏପରିକି କର୍ପୋରେସନ ବୈଠକରେ କେତେକ କର୍ପୋରେଟର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କର୍ପୋରେସନ ବୈଠକରେ ପ୍ରବଳ ସମାଲୋଚନା ସହିତ ତାଗିଦ କରାଯାଇଥିଲା। ହିତାଧିକାରୀମାନେ ସମସ୍ୟାର ସମ୍ମୁଖିନ ହେଉଥିବା ଯୋଗୁ ଏହାର ଆଶୁ ସମାଧାନ ପାଇଁ ଜନପ୍ରତିନିଧିମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ। ତଥାପି କୌଣସି ସୁଫଳ ମିଳିପାରି ନାହିଁ। ପ୍ରତି ମାସରେ ଏହି ସମସ୍ୟା ଭୋଗୁଛନ୍ତି ହିତାଧିକାରୀ। ଏନେଇ ମହାନଗର ନିଗମର ଆୟୁକ୍ତ ଜେ.ସୋନାଲଙ୍କ ସହ ଯୋଗାଯୋଗ କରାଯାଇଥିଲା। ହିତାଧିକାରୀଙ୍କୁ ଯେଉଁ ସମସ୍ୟା ରହିଛି, ତାହାକୁ ଗୁରୁତର ସହ ନିଆଯାଇ ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
BREAKING NEWS
- ବିଜେଡି ନେତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ବୋହୂ ମୃତ
- ସ୍ୱାସ୍ଥ୍ୟ ବିଭାଗକୁ ଘାରିଲାଣି ବର୍ଷାଦିନିଆ ଫୁଡ୍ ପଏଜନିଂ ଓ ଜଣ୍ଡିସ୍ ଚିନ୍ତା, ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
- ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଶକ୍ତି ସଂରକ୍ଷଣ’ ଆହ୍ୱାନ ପରେ ପ୍ରଥମ କ୍ୟାବିନେଟ ବୈଠକ: ପୁଣି କିଛି କରିପାରନ୍ତି ବଡ଼ ଘୋଷଣା
- ଇନ୍ଧନ କଟକଣା: ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ନିଜେ ମାନିଲେ, ଭିଭିଆଇପି ଗସ୍ତରେ ଅଙ୍କୁଶ ଲଗାଇଲେ
- Weatehr Update: ଅବପାତ ହେବନି, ବଢିବ ତାତି: ୪୧ ଡିଗ୍ରୀ ଛୁଇଁପାରେ ପାରଦ
- ମୁଣ୍ଡଳୀରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା; ୩ ଗିରଫ
- ମୋଦିଙ୍କ ଆହ୍ୱାନକୁ ଆଗେଇ ନେଲେ ଦିଲ୍ଲୀ, ୟୁପି… ମୋହନ ସରକାର କଣ କରିବେ?
- ମୁମ୍ବାଇ ପରେ ଏବେ ଛତିଶଗଡ଼ରେ ତରଭୁଜ ଆତଙ୍କ: ଫୁଡ୍ ପଏଜନ ସନ୍ଦେହ; ୧୫ ବର୍ଷୀୟ ନାବାଳକର ମୃତ୍ୟୁ
- ଡଲାର ଆଗରେ ଦୁର୍ବଳ ଟଙ୍କା, ବଢ଼ିପାରେ ପେଟ୍ରୋଲ୍-ଡିଜେଲ୍ ଦର
- Android 17ରେ ଆସୁଛି AI ସୁରକ୍ଷା କବଚ, ଚୋରି ହେଲେ ମଧ୍ୟ ଫୋନ୍ ରହିବ ସୁରକ୍ଷିତ
Comments are closed.