ନୂଆଦିଲ୍ଲୀ : ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି । ପ୍ରଧାନବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ ଏପରି ବୟାନ ଦେଇଛନ୍ତି । ୧୯୯୧ରେ ଉତ୍ତରପ୍ରଦେଶରେ ଅନରକିଲିଂ ଘଟଣାକୁ କେନ୍ଦ୍ର କରି ଆମେରିକାର ଏକ ମାଗାଜିନରେ ଏହା ଉଲ୍ଲେଖ କରାଯାଇଥିଲା ବୋଲି କହିଛନ୍ତି ସିଜେଇ ।
ମାଗାଜିନର ଆର୍ଟିକଲରେ ୟୁପିର ଏକ ୧୫ ବର୍ଷୀୟା ନାବାଳିକାର କରୁଣ ପ୍ରେମ କାହାଣୀ ଛପାଯାଇଥିଲା । ନିଜଠୁ ତଳ ଜାତିର ଏକ ଯୁବକକୁ ସେ ପ୍ରେମ ବିବାହ କରିଥିଲା । ଫଳରେ ଗାଁର ଅନ୍ୟ ଉଚ୍ଚ ଜାତି ଲୋକେ ତାକୁ ହତ୍ୟା କରିଥିଲେ । ସାମାଜିକ ରୀତିନୀତି ବିରୁଦ୍ଧ କରିବାରୁ ସେ ବଳି ପଡିଥିଲା । ଅଶୋକ ଦେଶାଇ ମେମୋରିଆଲ ଲେକ୍ଚର ‘ଲ ଆଣ୍ଡ୍ ମୋରାଲିଟି: ଦ ବାଉଣ୍ଡସ୍ ଆଣ୍ଡ୍ ରିଚେସ୍’ ଶୀର୍ଷକରେ ଭାଷଣ ଦେବାବେଳେ ସିଜେଆଇ ଏସମ୍ପର୍କରେ କହିଥିଲେ । ଆଇନ, ନୈତିକତା ଓ ସମୂହ ଅଧିକାର ମଧ୍ୟରେ କି ସମ୍ପର୍କ ରହିଛି, ସେନେଇ ଆଲୋକପାତ କରିଥିଲେ ସିଜେଆଇ ।
ସେ କହିଥିଲେ, ଆଇନ୍ ବାହ୍ୟ ସମ୍ପର୍କକୁ ନିୟନ୍ତ୍ରିତ କରେ, ନୈତିକତା ଆଭ୍ୟନ୍ତରୀଣ ଜୀବନକୁ ପରିଚାଳିତ କରେ ଓ ପ୍ରରୋଚିତ କରେ । ନୈତିକତା ଆମ ଚେତନାକୁ ଜାଗ୍ରତ କରି କିପରି ବ୍ୟବାହର ଦେଖାଇବା ସେଥିପାଇଁ ପ୍ରଭାବିତ କରେ ବୋଲି କହିଛନ୍ତି ସିଜେଆଇ ।
ସମାଜରେ ଯେଉଁମାନେ କ୍ଷମତାସିକ୍ତ ସେମାନେ ଦୁର୍ବଳଙ୍କ ଉପରେ ନୈତିକତା ଲଦିଦିଅନ୍ତି । ଫଳରେ ସେମାନେ ସମାଜର ତଳ ସ୍ତରକୁ ଠେଲି ହୋଇଯାଆନ୍ତି ବୋଲି ସେ ମତ ଦେଇଛନ୍ତି ।
BREAKING NEWS
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
- ଆଇପିଏଲ: ୯ ଖେଳାଳିଙ୍କୁ ନିଲାମ ତାଲିକାରୁ ବାଦ ଦେଲା ବିସିସିଆଇ
- Farmers request: ଧାନ ବିକ୍ରି ପାଇଁ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ନେହୁରା ହେଲେ ଚାଷୀ
Comments are closed.