ନୂଆଦିଲ୍ଲୀ : ଜାତି ବାହାରେ ପ୍ରେମ ବିବାହ କରି ପ୍ରତିବର୍ଷ ସଂଖ୍ୟାଧିକ ମୃତ୍ୟୁବରଣ କରୁଛନ୍ତି । ପ୍ରଧାନବିଚାରପତି ଡି.ଓ୍ୱାଇ ଚନ୍ଦ୍ରଚୂଡ ଏପରି ବୟାନ ଦେଇଛନ୍ତି । ୧୯୯୧ରେ ଉତ୍ତରପ୍ରଦେଶରେ ଅନରକିଲିଂ ଘଟଣାକୁ କେନ୍ଦ୍ର କରି ଆମେରିକାର ଏକ ମାଗାଜିନରେ ଏହା ଉଲ୍ଲେଖ କରାଯାଇଥିଲା ବୋଲି କହିଛନ୍ତି ସିଜେଇ ।
ମାଗାଜିନର ଆର୍ଟିକଲରେ ୟୁପିର ଏକ ୧୫ ବର୍ଷୀୟା ନାବାଳିକାର କରୁଣ ପ୍ରେମ କାହାଣୀ ଛପାଯାଇଥିଲା । ନିଜଠୁ ତଳ ଜାତିର ଏକ ଯୁବକକୁ ସେ ପ୍ରେମ ବିବାହ କରିଥିଲା । ଫଳରେ ଗାଁର ଅନ୍ୟ ଉଚ୍ଚ ଜାତି ଲୋକେ ତାକୁ ହତ୍ୟା କରିଥିଲେ । ସାମାଜିକ ରୀତିନୀତି ବିରୁଦ୍ଧ କରିବାରୁ ସେ ବଳି ପଡିଥିଲା । ଅଶୋକ ଦେଶାଇ ମେମୋରିଆଲ ଲେକ୍ଚର ‘ଲ ଆଣ୍ଡ୍ ମୋରାଲିଟି: ଦ ବାଉଣ୍ଡସ୍ ଆଣ୍ଡ୍ ରିଚେସ୍’ ଶୀର୍ଷକରେ ଭାଷଣ ଦେବାବେଳେ ସିଜେଆଇ ଏସମ୍ପର୍କରେ କହିଥିଲେ । ଆଇନ, ନୈତିକତା ଓ ସମୂହ ଅଧିକାର ମଧ୍ୟରେ କି ସମ୍ପର୍କ ରହିଛି, ସେନେଇ ଆଲୋକପାତ କରିଥିଲେ ସିଜେଆଇ ।
ସେ କହିଥିଲେ, ଆଇନ୍ ବାହ୍ୟ ସମ୍ପର୍କକୁ ନିୟନ୍ତ୍ରିତ କରେ, ନୈତିକତା ଆଭ୍ୟନ୍ତରୀଣ ଜୀବନକୁ ପରିଚାଳିତ କରେ ଓ ପ୍ରରୋଚିତ କରେ । ନୈତିକତା ଆମ ଚେତନାକୁ ଜାଗ୍ରତ କରି କିପରି ବ୍ୟବାହର ଦେଖାଇବା ସେଥିପାଇଁ ପ୍ରଭାବିତ କରେ ବୋଲି କହିଛନ୍ତି ସିଜେଆଇ ।
ସମାଜରେ ଯେଉଁମାନେ କ୍ଷମତାସିକ୍ତ ସେମାନେ ଦୁର୍ବଳଙ୍କ ଉପରେ ନୈତିକତା ଲଦିଦିଅନ୍ତି । ଫଳରେ ସେମାନେ ସମାଜର ତଳ ସ୍ତରକୁ ଠେଲି ହୋଇଯାଆନ୍ତି ବୋଲି ସେ ମତ ଦେଇଛନ୍ତି ।
BREAKING NEWS
- ହିଟ୍ ଆଣ୍ଡ୍ ରନ୍ ମାମଲା: ୨ଟି ବାଇକ ଓ ସ୍କୁଟିକୁ ଧକ୍କା ଦେଲା କାର, ୭ ଗୁରୁତର
- Nuclear power plant: ଓଡ଼ିଶାରେ ହେବ ପରମାଣୁ ପ୍ଲାଣ୍ଟ! ସରକାରଙ୍କ ପାଖରେ ପହଞ୍ଚିଲେ ଟାଟା, ଆଦାନୀ…କାହା ହାତକୁ ଯିବ ପାଓ୍ବର ପ୍ଲାଣ୍ଟ ପ୍ରକଳ୍ପ?
- Boarding School:ପିଲାଙ୍କ ଭବିଷ୍ୟତ ପାଇଁ ବୋଡିଂ ସ୍କୁଲ ଛାଡିଥିଲେ ବାପା ମା’, ହଠାତ୍ ବେଡିଂ ବସ୍ତାନି ଧରି ଚାଲି ଚାଲି ଘରମୁହାଁ ହେଲେ ଛାତ୍ରଛାତ୍ରୀ
- ବାଘଛାଲ ଚୋରାଚାଲାଣର ପର୍ଦ୍ଦାଫାଶ, ଗିରଫ ଅଭିଯୁକ୍ତ
- Handloom Day: ‘କିଣନ୍ତୁ, ପିନ୍ଧନ୍ତୁ, ଭିଡିଓ କରନ୍ତୁ…’, GRWM ଟ୍ରେଣ୍ଡରେ ଦେଶୀ ବୁଣାକାରଙ୍କୁ ଦୁନିଆକୁ ଦେଖାଇବାକୁ କହିଲେ ପ୍ରଧାନମନ୍ତ୍ରୀ
- ହିଟ୍ ଆଣ୍ଡ୍ ରନ୍ ମାମଲା: କାରକୁ ଘୋଷାଡ଼ି ନେଲା ଯାତ୍ରୀବାହି ବସ
- ଜଗନ୍ନାଥଙ୍କ ଆନିମେସନ୍ ଫିଲ୍ମ ରିଲିଜ୍ ଉପରେ ଲାଗିଲା ରୋକ୍, ଅଗଷ୍ଟ ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି
- ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
- ରେଭେନ୍ସା ବିବାଦରେ ନୂଆ ମୋଡ଼: ସଦର ବିଧାୟକଙ୍କୁ କାଉଣ୍ଟର କଲା ଶିକ୍ଷକ ସଂଘ ‘ରୁଟା’
- Netanyahu dials PM Modi:ମୋଦୀଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଫୋନ୍ କଲ୍; ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ ଏବଂ ପଶ୍ଚିମ ଏସିଆର ସ୍ଥିତି ନେଇ ଆଲୋଚନା

Comments are closed.